ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ

Published By : Ankita S | June 4, 2025 1:57 PM

ନୂଆଦିଲ୍ଲୀ,୦୪/୦୬: ଅପରେସନ୍ ସିନ୍ଦୂରରେ ଆତଙ୍କୀସ୍ଥାନ ଶତ୍ରୁର ଅଣ୍ଟା ଭାଙ୍ଗିଛି । ଭାରତ ଅପରସେନ୍‌ରେ ସିନ୍ଦୂରରେ ପାକିସ୍ତାନ ପାଣି ପିଇଛି । ପାକିସ୍ତାନର ୬ ପାୱାରଫୁଲ ଏୟାରବେସ୍ ସହିତ ୯ ବିମାନକୁ ମାଟିରେ ମିଶାଇଛି ଭାରତ ଅତ୍ୟାଧୁନିକ ଡ୍ରୋନ୍ । ଅପରେସନ୍ ସିନ୍ଦୂରକୁ ନେଇ ଏହି ତାଜା ଅପଡେଟ୍ ଆସିଛି । ଜାତୀୟ ଗଣମାଧ୍ୟମରୁ ଏହି ସୂଚନା ମିଳିଛି । ଭାରତର ହମଲାରେ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନୀ ପଞ୍ଜାବରେ ଏୟାରଷ୍ଟ୍ରାଇକରେ ୬ ପାକ୍ ଫାଇଟର ଜେଟ୍ ମାଟିରେ ମିଶିଥିବା ପୂର୍ବରୁ କୁହାଯାଉଥିଲା ।

ଗତ ଏପ୍ରିଲ ୨୨ରେ ଜାମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଦେଶକୁ ଦୋହଲାଇ ଦେଇଥିଲା ଏହି ଘଟଣା । ସ୍ତ୍ରୀଙ୍କ ଆଗରେ ଧର୍ମ ପଚାରି ସ୍ୱାମୀଙ୍କୁ ଗୁଳି କରିଥିଲେ ଆତଙ୍କୀ । ୨୬ ଜଣ ନୀରିହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକ ଥିଲେ । ପହଲଗାମ ପ୍ରତିଶୋଧ ନେବାକୁ ମେ ୬ ଓ ୭ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର ଲଞ୍ଚ ହୋଇଥିଲା । ଏଥିରେ ପାକିସ୍ତାନ ଓ ପିଓକ ସମେତ ୯ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲେ ଭାରତୀୟ ସେନା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ପାକିସ୍ତାନ ସୀମାନ୍ତ ରାଜ୍ୟ ଉପରେ ଡ୍ରୋନ୍ ମାଡ କରିଥିଲା । ଏହାର ଜବାବ ଦେଇ ଭାରତ ପାକର ୯ ଯୁଦ୍ଧବମାନକୁ ମାଟିରେ ମିଶାଇଥିଲା ।

ଅପରେସନ୍ ସିନ୍ଦୂରରେ ପାକିସ୍ତାନୀ ବାୟୁସେନା (ପିଏଏଫ)ର ୬ ଯୁଦ୍ଧ ବିମାନ ମାଟିରେ ମିଶାଇଥିବା ପ୍ରଥମ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଥିଲା । ଏବେ ଏହି ସଂଖ୍ୟା ୯ରେ ପହଞ୍ଚିଛି । ଏହାଛଡା ଦୁଇ ପାୱାରଫୁଲ ବିମାନ ସି-୧୩୦ ହରକୁଲାସକୁ ମାଟିକେ ମିଶାଇଥିଲା । ମଲତାନ ନିକଟ ଏକ କେନ୍ଦ୍ରରେ ଡ୍ରୋନ୍ ଆଟାକ୍‌ରେ ପିଏଏଫର ସି-୧୩୦ ଲଜିଷ୍ଟିକ୍ସ ବିମାନ ଧ୍ବଂସ ହୋଇଥିଲା । ଭାରତର ରାଫେଲ ଓ ସୁଖୋଇ-୩୦ ବିମାନ କରିଥିବା ଆକ୍ରମଣରେ ପାକ୍‌ର ୧୦ଟି ଡ୍ରୋନ୍‌କୁ ମାରି ଖସାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.