ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଘରୋଇ ବିବାଦରେ ସବୁବେଳେ ଦୋଷୀ ନୁହେଁ ପୁରୁଷ, ସ୍ଵାମୀ ଏବଂ ଶାଶୁଘର ଲୋକଙ୍କ ପକ୍ଷ ଶୁଣିବା ଉଚିତ୍ କୋର୍ଟ

Published By : Rasmita Pradhan | April 11, 2025 9:23 AM

ଭୁବନେଶ୍ଵର, ୧୧/୦୪ : ଘରୋଇ ବିବାଦରେ ସବୁବେଳେ ଦୋଷୀ ନୁହେଁ ପୁରୁଷ। ଏଭଳି ମାମଲାରେ ସବୁବେଳେ ସ୍ଵାମୀ ଏବଂ ଶାଶୁଘର ଲୋକେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଭାବିନେବା ଅନୁଚିତ୍। ପତିଙ୍କ ପକ୍ଷ ବି ଶୁଣିବା ଉଚିତ୍ କୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ବିରୋଧରେ ଦୀର୍ଘ ୯ ବର୍ଷ ଧରି ଚାଲିଥିବା ଏକ ମାମଲାର ଶୁଣାଣି କରି ପୁରୁଷଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। 

ଜଷ୍ଟିସ୍ ନୀନା ବଂସଲ କୃଷ୍ଣାଙ୍କ ବେଞ୍ଚ୍ ଶୁଣାଣି କରି କହିଛନ୍ତି ଯେ, ଯାଚିକା ଆବେଦନକାରୀ ଏବଂ ତାଙ୍କ ପରିବାରକୁ ତାଙ୍କ ସ୍ତ୍ରୀ ସାର୍ବଜନୀନ ଭାବେ ଅସମ୍ମାନ କରିଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ମହିଳା ଜଣଙ୍କ ଶାଶୁଘର ଲୋକଙ୍କୁ ପ୍ରତାଡ଼ିତ କରି ତାଙ୍କ ସ୍ଵାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରତାଡ଼ିତ ହୋଇଥିବା ସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ଥାନାରେ ମାରପିଟ୍ ମଧ୍ୟ କରାଯାଇଛି। ଦୀର୍ଘ ୯ ବର୍ଷ ତଳେ ଉକ୍ତ ବ୍ୟକ୍ତିଙ୍କ ଗିରଫଦାରୀକୁ ହାଇକୋର୍ଟ ଏବେ ବେଆଇନ କହିଛନ୍ତି ଏବଂ ତାଙ୍କୁ ଜେଲ୍ ପଠାଯିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ପୁରୁଷଙ୍କ ପକ୍ଷରେ ରାୟ ଶୁଣାଇ ହାଇକୋର୍ଟ କହଛନ୍ତି ଯେ, 'ପାରିବାରିକ ବିବାଦରେ ସର୍ବଦା ମହିଳାଙ୍କ ପକ୍ଷ ଶୁଣାଯାଉଛି। ପୁରୁଷଙ୍କ ପକ୍ଷ ନଶୁଣି ତାଙ୍କୁ ଦୋଷୀ ସଜାଇ ଦିଆଯାଉଛି। ସବୁବେଳେ ଶାଶୁଘର ଲୋକଙ୍କ ଭୁଲ୍ ନଥାଏ।' 

ମାମଲାଟି ହେଉଛି ୨୦୧୬ ବେଳର। ଏପ୍ରିଲ ୧୫ ତାରିଖରେ ଜଣେ ମହିଳା ତାଙ୍କ ବାପଘର ଲୋକଙ୍କ ସହ ମିଶି ଶାଶୁଘରେ ହଙ୍ଗାମା କରିଥିଲେ। ଏହାପରେ ପୋଲିସକୁ ଡକାଇ ସ୍ଵାମୀକୁ ଗିରଫ କରାଇଥିଲେ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ମାରପିଟ୍ କରାଯାଇଥିଲା। ଏବେ ମାରପିଟ୍ କରିଥିବା ପୋଲିସଙ୍କ ଉପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇଛି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ବିଚାର ବିଭାଗୀୟ ତଦନ୍ତ ଚାଲିଛି। 

ଏହି ଖବରଟିକୁ ପଢନ୍ତୁ-ଭାରତରେ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା,୧୮ ଦିନିଆ ରିମାଣ୍ଡରେ ନେଲା NIA


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.