କଟକ ୩୧।୭: ସିଏମ୍ସି କର୍ମଚାରୀ ଅଫିସ୍କୁ ବିଳମ୍ବରେ ଆସିବା ନେଇ ସିଏମସି କମିଶନର କିରନ୍ ଦୀପ ସାହୋତା କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏପରିକି ସିଏମସି ଯୁଗ୍ମ କମିଶନରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ଭିତରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ନୋଟିସରେ ନିର୍ଦ୍ଦେଶ ରହିଛି।
ଯୁଗ୍ମ କମିଶନର ଵରଣ୍ୟନେନ୍ଦୁଙ୍କ ସହ ସିଏମସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସିଏମସି କମିଶନର ଜାରି କରିଛନ୍ତି । ସିଏମସିର ତିରିଶ ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନୋଟିସ ଜାରି କରିଛନ୍ତି। ତେବେ କାହିଁକି ଦରମା ବନ୍ଦ କରାଯିବନି ସେ ନେଇ ଚବିଶ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନୋଟିସରେ ଦର୍ଶାଯାଇଛି।
ଅଫିସ ସମୟ ଦଶଟା ଥିଲେ ମଧ୍ୟ କର୍ମଚାରୀମାନେ ଅଫିସରେ ନଥିଲେ।ଏଭଳିକି ସିଏମସି କମିଶନର ଦଶଟା ତିରିଶ ସମୟରେ ଅଫିସ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ନୂତନ କମିଶନର ଅସନ୍ତୋଷ ପ୍ରକାଶ କରିଥିଲେ।