ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି

Published By : Suraj Kumar | June 24, 2025 9:23 PM

ନବରଙ୍ଗପୁର,୨୪୬(ଆପ୍ର) : ନବରଙ୍ଗପୁର-ଜୁନାଗଡ ରେଳପଥ ପାଇଁ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ସରକାର ରେଳ ମନ୍ତ୍ରଣଳାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ କଳାହାଣ୍ଡିଜିଲ୍ଲାର ଜୁନାଗଡ ଦୀର୍ଘ ୧୧୬.୨୨ କି.ମି ନୂତନ ବ୍ରଡଗେଜ୍ ରେଳପଥ ପାଇଁ ଜିଲ୍ଲାର ୩ଟି ତହସିଲ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ପାପଡାହାଣ୍ଡିର ୨୧ଟି ଗାଁର ୪୦୮ ଏକର ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ନବରଙ୍ଗପୁର ପୁର ତହସିଲର ୫ଟି ଗାଁ ଚିକିଲି, ଗୁମ୍ମାଗୁଡା, ହାତୀବେଡା,କେଶରୀଗୁଡା, ସାନକୁମୁଲିର ଗାଁର ୬୨.୮୮୨ଏକର ଜମି । ନନ୍ଦାହାଣ୍ଡି ତହସିଲର କେବଳ ଗୋଟିଏ ଗାଁ ପଡାଲଗୁଡାରେ ୨୧.୮୮୯ ଏକର ଜମି । ସେଭଳି ପାପଡାହାଣ୍ଡି ତହସିଲର ୧୫ଟି ଗାଁ ଆଉଁଳି, ବାଙ୍କଶର୍ଗୀ, ଚନ୍ଦନପାଲା, ଧନସୁଲି, ଡକରୀବେ ବେଡା, ଗାଦବାକତରା, ହିର୍ଲି,ଝାଡକୁସୁମୀ, କାଳିଆଗୁଡା, ମହୁଲି, ନାକଟିଗୁଡା, ପାଇକକତରା, ପାପଡାହାଣ୍ଡି, ପାତ୍ରଗୁଡା, ତୁମ୍ବର୍ଲା ଗାଁର ୩୨୨.୭୨ ଏକର ଜମି ଜମି ସର୍ବମୋଟ ୪୦୮ ଏକର ପରିମାଣର ଜମି ଦେଇ ନବରଙ୍ଗପୁର ଠାରୁ ଜୁନାଗଡକୁ ରେଳ ସଂଯୋଗ ପାଇଁ ସର୍ଭେ କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ଜମି ଅଧୂଗ୍ରହଣ ପାଇଁ କୌଣସି ବ୍ୟକ୍ତିଙ୍କର ଜମିଅଧୂଗ୍ରହଣ ପାଇଁ ଆପରିଅଭିଯୋଗ ଥିଲେ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ମଧ୍ୟରେ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ସୂଚନା ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.