ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?

Published By : Ankita S | June 7, 2025 12:18 PM

ନୂଆଦିଲ୍ଲୀ,୦୭/୦୬: ସନ୍ନ୍ୟାସ ନେବେ କି ନୋଭାକ ଜୋକୋଭିକ । ବୋଧହୁଏ ଏହା ମୋର ଶେଷ ମ୍ୟାଚ ଥିଲା ବୋଲି ସେ କହିଛନ୍ତି । ଫ୍ରେଞ୍ଚ ଓପନ୍ ୨୦୨୫ରେ ଜୈନିକ ସିନରଙ୍କଠୁ ହାରିବା ପରେ କିଛି ଏମିତି ସଙ୍କେତ ଦେଇଛନ୍ତି ନୋଭାକ । ଏଥିରୁ ଅନୁମାନ କରାଯାଉଛି କି ଖୁବଶୀଘ୍ର ଟେନିସ୍‌ରୁ ବିଧିବଦ୍ଧ ଭାବେ ଅଲବିଦା କହିପାରନ୍ତି ନୋଭାକ୍ ।

'ବୋଧହୁଏ ଏହା ମୋର ଶେଷ ମ୍ୟାଚ' - ସେମିଫାଇନାଲ ମ୍ୟାଚ ସରିବା ପରେ ପ୍ରେସମିଟ୍‌ରେ ଜୋକୋଭିତ ଟିକେ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା ।  ସେ କହିଥିଲେ'' ଆଜିର ମ୍ୟାଚ ବୋଧହୁଏ ମୋର ଶେଷ ମ୍ୟାଚ ଥିଲା ଯାହା ମୁଁ ଏଠାରେ ଖେଳିଲି । ତେଣୁ ଶେଷ ସମୟରେ ଟିକେ ଭାବୁକ ହୋଇଛି । ଯଦି ଏହା ମୋର ଶେଷ ମ୍ୟାଚ ଥିଲା ତେବେ ଏଠାକାର ମାହୋଲ ଫ୍ୟାନ୍ସଙ୍କ ଭଲପାଇବା ପାଇଁ ବହୁତ ସୁନ୍ଦର ହୋଇଛି ।''

ଟେନିସ୍ ଜଗତରେ ନୋଭାକ ଜୋକୋଭିକଙ୍କୁ  ଜଣେ ମହାନ ଖେଳାଳି ଭାବେ ଗଣନା କରାଯାଏ । ଫ୍ରେଞ୍ଚ ଓପନ୍ ୨୦୨୫  ୩ ଘଣ୍ଟା ୧୬ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ନୋଭାକ ଜୈନିକ ସିନରଙ୍କଠୁ ପରାସ୍ତ ହୋଇଥିଲେ । ଏହା ପରେ ସେ କହିଥିଲେ, ଏହା ବୋଧ ହୁଏ ମୋର ଶେଷ ମ୍ୟାଚ । ତାଙ୍କର ଏହି କଥାରୁ ଅନୁମାନ କରାଯାଉଛି କି ହୁଏତ ଟେନିସ୍‌ରୁ ସନ୍ନ୍ୟାସ ନେଇ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ୩୮ ବର୍ଷୀୟ ସର୍ବିଆ ଖେଳାଳି ପ୍ୟାରିସର ଫିଲିପ ଶୋଟ୍ରିୟର କୋର୍ଟରେ ଖେଳାଯାଇଥିବା ସେମିଫାଇନାଲରେ ସିନରଙ୍କଠୁ ୪-୬,୫-୭, ୬-୭ ସେଟ୍‌ରେ ପରାସ୍ତ ହୋଇଥିଲେ ।

ଫ୍ରେଞ୍ଚ ଓପନ ସେମି ଫାଇନାଲରେ ପରାସ୍ତ ହେବା ପରେ ବି ସନ୍ତୁଷ୍ଟ ଥିଲେ ନୋଭାକ । ଚେହେରାରେ ନିରାଶ ନଥିଲା । ସିନରଙ୍କଠୁ ହାରିବା ପରେ ପ୍ରେସ କନଫରେନ୍ସରେ କହିଥିଲେ କି, ''ହାରିଥିଲେ ବି ମୁକାବିଲାରେ ଟକ୍କର ଦେଇଛି । ସିନରଙ୍କୁ ଶେଷ ସଟ୍‌ ଯାଏ ଲଢିବାକୁ ବାଧ୍ୟ କରିଥିଲି । ଖେଳରେ ମୁଁ ମୋର ଶ୍ରେଷ୍ଠ ଦେଇଛି । ଖେଳର ପରିଭାଷା ଏହା କି ପରାସ୍ତ ହେବା ପରେ ନିଜଠୁ ଉନ୍ନତ ଖେଳାଳିଙ୍କ ସହ ହାତ ମିଳାଇ ଆଗକୁ ବଢିବା ହୋଇଥାଏ । ସନିରଙ୍କ ଫିଟନେସ ଏତେ ଭଲ ଯେ ଦ୍ରୁତ ଗତିରେ ମ୍ୟାଚ ଖେଳନ୍ତି । ତାଙ୍କ ସଟ୍ ଟାଇମିଂ ବହୁତ ଭଲ । ସେ ତାଙ୍କ କ୍ୟାରିୟରର ସବୁଠୁ ଭଲ ଟେନିସ ଖେଳୁଛନ୍ତି ।'' ରୋନାଲ୍ଡ ଗାରରୋସରେ ୨୦୧୬, ୨୦୨୧ ଓ ୨୦୨୧ ଚାମ୍ପିଅନସିପରେ ନୋଭାକ ଜୋକୋଭିକ୍ ଲଗାତାର ୨୧ଥର ଖେଳି ଇତିହାସ ରଚିଛନ୍ତି । ଏହା ସହିତ ଗତ ଗ୍ରୀଷ୍ମରେ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲେ ନୋଭାକ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.