ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ବିଜୟ ହାସଲ କରିଛନ୍ତି। ଜାନୁୟାରୀରେ ସେ ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ସେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ଦେଇ ସାରିଛନ୍ତି, ଯେଉଁଥିରେ କୋଟିପତି ଏଲନ ମସ୍କଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିୟନ୍ସି ( DOGE)ର ଦାୟିତ୍ୱ ପ୍ରଦାନ କରାଯାଇଛି। ନିର୍ବାଚନରେ ମସ୍କ ଖୋଲା ଖୋଲି ଭାବେ ଟ୍ରମ୍ପଙ୍କର ସମର୍ଥନ ଦେଉଥିଲେ ଏବଂ ଖୁବ୍ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ। ଏବେ କୁହାଯାଉଛି କି ନୂଆ ସରକାରରେ ମସ୍କ ଅନେକ ନୂଆ ଜିନିଷର ଆରମ୍ଭ କରି ପାରନ୍ତି। ଏଥିରୁ ତାଙ୍କର କମ୍ପାନୀ ସ୍ପେସଏକ୍ସ ମାଧ୍ୟମରେ ଯାତ୍ରା କରିବାର ଉପାୟକୁ ବଦଳାଇବା ମଧ୍ୟ ସାମିଲ ଅଛି।

ଏହି ଅନୁସାରେ, ଦୁନିଆର କୌଣସି ବି ପ୍ରମୁଖ ସହରରେ ଏକ ଘଣ୍ଟାରେ ମଧ୍ୟ ପହଞ୍ଚି ଯାଇ ପାରିବ। ଦିଲ୍ଲୀରୁ ଆମେରିକା ପାଖାପାଖି ଅଧା ଘଣ୍ଟାରେ ପହଞ୍ଚି ପାରିବ। ଏହି ସ୍ପେସ୍‌କ୍ରାଫ୍ଟ ପାଖାପାଖି ୩୯୫ ଫୁଟ୍ ଲମ୍ୱା ହେବ ଏବଂ ଖୁବ୍‌ ଗତିରେ ଚାଲିବ। ବିବେକ ରାମାସ୍ୱାମୀଙ୍କ ସହ DOGEର ନେତୃତ୍ୱ ନେବାକୁ ଯାଉଥିବା ମସ୍କ କହିଛନ୍ତି ଯେ, ତାଙ୍କର ଷ୍ଟାରଶିପ୍‌ ରକେଟ୍‌ରେ ପୃଥିବୀରୁ ପୃଥିବୀର ମହାକାଶ ଯାତ୍ରାରେ ତାଙ୍କ ଯୋଜନା ଏବେ ଟ୍ରମ୍ପଙ୍କ ନିର୍ବାଚନରେ ମିଳିଥିବା ବିଜୟ ପରେ ସମ୍ଭବ ହୋଇଛି। ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ଏହି ଯୋଜନା ବିଷୟରେ ସ୍ପେସ୍ଏକ୍ସ ପାଖାପାଖି ଏକ ଦଶକ ପୂର୍ବେ ହିଁ କଳ୍ପନା କରି ନେଇଥିଲେ। ଏଥିରେ ହଜାର ହଜାର ଯାତ୍ରୀ ବସିବା ସ୍ଥାନ ରହିବ ଏବଂ ଏହା ପୃଥିବୀରେ ଥିବା ସବୁଠୁ ଶକ୍ତିଶାଳୀ ରକେଟ୍‌ ପରି ହେବ। ଏହା ପୃଥିବୀରୁ ମହାକାଶ ମାଧ୍ୟମରେ ପୃଥିବୀରେ ଏକ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବ। 

ଷ୍ଟାରଶିପ୍‌ ଲସ୍‌ ଏଞ୍ଜେଲେସ୍‌ରୁ ଟୋରଣ୍ଟୋ ପାଖାପାଖି ୨୪ ମିନିଟ୍‌ରେ ହିଁ ପହଞ୍ଚି ପାରିବ। ଲଣ୍ଡନରୁ ନ୍ୟୁୟର୍କ ଯାଏ ପହଞ୍ଚିବାରେ ପାଖାପାଖି ୨୯ ମିନିଟ୍‌ ଲାଗିବ। ଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍ସିସକୋ ଯାଏ ପହଞ୍ଚିବାରେ ପାଖାପାଖି ଅଧ ଘଣ୍ଟାର ହିଁ ସମୟ ଲାଗିବ। ନ୍ୟୁୟର୍କରୁ ଚୀନର ସାଂଘାଇ ଯାଏ ଲୋକେ ପାଖାପାଖି ୩୯ ମିନିଟ୍‌ର ସମୟରେ ହିଁ ପହଞ୍ଚି ପାରିବେ । ହେଲେ ଯାତ୍ରୀଙ୍କୁ ଉଡ଼ାଣ ଭରିବା ସମୟରେ ଗ୍ରାଭିଟେସନାଲ ଫୋର୍ସର ସାମ୍ନା କରିବାକୁ ପଡ଼ିପାରେ ଏବଂ ଏହି ସମୟରେ ନିଜର ସିଟ୍‌ ବେଲ୍ଟକୁ ଟାଇଟ୍‌ରେ ବାନ୍ଧି ରଖିବାକୁ ହେବ। 

ଏହି ପ୍ରୋଜେକ୍ଟକୁ ନେଇ ଜଣେ ୟୁଜର ଏଲେକ୍ସ ଏକ୍ସରେ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ କୁହାଯାଇଛି ଯେ କେମିତି ଏହି ପ୍ରୋଜେକ୍ଟ କାମ କରିବ। ପ୍ରଥମେ ରକେଟ୍‌ ଉଡାଣ ଭରିବ ଏବଂ ପୁଣି ମହାକାଶ ମଧ୍ୟ ଦେଇ ପୁଣି ପୃଥିବୀକୁ ଫେରିବ।। ପୃଥିବୀରେ କୌଣସି ବି ସ୍ଥାନରେ ଘଣ୍ଟାଏ ଭିତରେ ପହଞ୍ଚି ପାରିବ।