ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଆଜି ସକାଳେ କହିଥିଲେ, ଇନ୍ଦିରା ଗାନ୍ଧୀ ଯଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ସେ ବାଂଲାଦେଶ ଭଳି ଦେଶକୁ ଜବାବ୍ ଦେଇପାରିଥନ୍ତେ। ସେ ଇନ୍ଦିରାଙ୍କ ସହ ପ୍ରିୟଙ୍କାଙ୍କ ତୁଳନା କରି ଏହି କଥା କହିଛନ୍ତି। ଏହାଛଡା ଏବେ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ କହିଛନ୍ତି ଯେ, ତାଙ୍କର ପୁରା ଦେଶରେ ଡିମାଣ୍ଡ ରହିଛି। ଲୋକେ ଚାହୁଁଛନ୍ତି ପ୍ରିୟଙ୍କା ନେତୃତ୍ବ ନିଅନ୍ତୁ। ସେ କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା। ଏମିତି ବି ଦାବି ହେଉଛି ଯେ, ମୁଁ ରାଜନୀତିକୁ ଆସେ, କିନ୍ତୁ ଏସବୁ ପରର କଥା। ପ୍ରଥମେ ଏହା ଦେଖିବା ଦରକାର ଯେ ଦେଶ ହିତରେ କ’ଣ କରିବାକୁ ହେବ ?

ରବର୍ଟ ଭଦ୍ରା କହିଛନ୍ତି, ପ୍ରକୃତ ପ୍ରସଙ୍ଗ ଉପରେ କଥା ହେବା ଦରକାର। ଭଦ୍ରା କହିଛନ୍ତି, ମୁଁ ତ ସବୁବେଳେ ଭାଇଚାରାର କଥା କହିଛି। ସାରା ଦେଶରେ ମୁଁ ଧାର୍ମିକ ଯାତ୍ରା ବେଳେ ଅଲଗା ଅଲଗା ଧର୍ମର ଲୋକଙ୍କ ସହ କଥା ହୋଉଛି। ମୁଁ ଜାଣିବାକୁ ପାଇଛି ତାଙ୍କ ବିଚାର ଏକା ଭଳି ରହିଛି। ଯେତେବେଳେ ବି ଲୋକମାନେ ଚିନ୍ତାରେ ଥାଆନ୍ତି ତେବେ ପ୍ରାର୍ଥନା କରନ୍ତ ଓ ତାଙ୍କୁ ନିଜର ଭଗବାନଠାରୁ ଆଶା ରହିଥାଏ ତାଙ୍କର ସମସ୍ୟା ଦୂର କରିଦେବ। ସେ କହିଛନ୍ତି, ସବୁ ଲୋକ ଗୋଟିଏ ହିଁ ପ୍ରାର୍ଥନା କରନ୍ତି। ମୋ ମତରେ ହିନ୍ଦୁ ଓ ମୁସଲମାନ ଭିତରେ ଭାଇଚାରା ରହିଛି। ବାଣ୍ଟୁଥିବା ନୀତିରେ କାହାକୁ ଫଶାଇବା ଦରକାର ନାହିଁ। ବାସ୍ତବରେ ଫୋକସ୍ ପଲ୍ୟୁସନ୍, ଶିକ୍ଷା ଓ ବେରୋଜଗାରୀ ଭଳି ପ୍ରସଙ୍ଗ ସହ ରହିବା ଦରକାର।

ସେ କହିଛନ୍ତି, ଦେଶରେ ବହୁତ ଗୁଡିଏ ଗମ୍ଭୀର ସମସ୍ୟା ରହିଛି। ଆମକୁ ତା ଉପରେ ଜୋର ଦେବା ଦରକାର। ସେଭଳି ଭ୍ରଦାଙ୍କ ଏହି କଥାକୁ ନେଇ ବିଜେପି ମଧ୍ୟ ବିରୋଧ କରିଛି। ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ୍ସରେ ଲେଖିଛନ୍ତି, ଗାନ୍ଧୀ ଭ୍ରଦା ଫ୍ୟାମିଲିର ଜିଜାଜୀ ରବର୍ଟ ଭଦ୍ରା କହୁଛନ୍ତି, କଂଗ୍ରେସର ଲୋକ ଚାହାଁନ୍ତି ସେ ରାଜନୀତି କରନ୍ତୁ। କର୍ମୀ ଚାହାଁନ୍ତି ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ପ୍ରଭାରୀ ହୁଅନ୍ତୁ। ଏଭଳି କହି ରାହୁଲଙ୍କ ପ୍ରତି ପ୍ରିୟଙ୍କା ଓ ରବର୍ଟ ଭଦ୍ରା ଅସହମତି ପ୍ରକାଶ କରିଛନ୍ତି।’

ଆହୁରି ପଢନ୍ତୁ :ବିଜେପି ପାଖରେ ୬୯୦୦ କୋଟି, କଂଗ୍ରେସ ଖାତାରେ ମାତ୍ର ୫୩ କୋଟି: ଏହି ଦଳର ବ୍ୟାଙ୍କ ବାଲାନ୍ସ ଚକିତ କଲା