ନୂଆଦିଲ୍ଲୀ,୧୫/୧୧; ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ‘ଦୁର୍ଘଟଣାଜନିତ’ କହିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ । ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ କହିଛନ୍ତି ଏହା ଏକ ଦୁର୍ଘଟଣା । ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ସେ ସ୍ପଷ୍ଟ କରିଛନ୍ତି କି, କୌଣସି ଆତଙ୍କୀ ହମଲା ହୋଇନାହିଁ । ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମ୍ପଲିଂ ସମୟରେ ହୋଇଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା । ଗୃହମନ୍ତ୍ରଣାଳୟ ପକ୍ଷରୁ ଘଟଣାକୁ 'ଦୁର୍ଘଟଣାଜନିତ' ବୋଲି କୁହାଯାଇଛି ।
#WATCH | Blast near Nowgam Police Station in J&K last night | Srinagar | J&K DGP Nalin Prabhat says, "During the investigation in FIR 162 of 2025 of PS Nowgam, a huge quantity of explosive substances, chemicals and regents were also recovered from Faridabad on 9th and 10th of… pic.twitter.com/Xs55Nve64t
— ANI (@ANI) November 15, 2025
ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୨୦ରେ ଶ୍ରୀନଗରସ୍ଥିତ ନୌଗାମ ଥାନାରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ୩୨ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁଙ୍କର ହୋଇଛି । ବିସ୍ଫୋରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ନଳିନ ପ୍ରଭାତ । ସେ କହିଛନ୍ତି, ''ବିସ୍ଫୋରଣ ଦୁର୍ଘଟଣାଜନିତ । ଘଟଣାର କିଛି ଅନ୍ୟ କାରଣ ଥିବା ଅନୁମାନ କରିବା ଅନାବଶ୍ୟକ । ପୁଲିସ୍ ଓ ଫରେନ୍ସିକ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଛି । ଘଟଣାରେ କୌଣସି ଆତଙ୍କୀ ଷଡଯନ୍ତ୍ର କି ଅନ୍ୟ କାହାର ହସ୍ତକ୍ଷେପ ନାହିଁ । ଫରିଦାବାଦରୁ ଆସିଥିବା ବିସ୍ଫୋରକ ସାମଗ୍ରୀର ସାମ୍ପଲିଂ ପ୍ରକ୍ରିୟା ୨ ଧରି ଚାଲିଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି । କେମିତି ଓ କେଉଁ ପରସ୍ଥିତିରେ ଘଟିଲା ତାର ତଦନ୍ତ ଚାଲିଛି । ଆତଙ୍କୀ ଷଡ଼ଯନ୍ତ୍ରର କୌଣସି ଲିଙ୍କ ନାହିଁ । ଫରିଦାବାଦରେ ଜବତ ବିସ୍ଫୋରକର ସାମ୍ପଲିଂ ସତର୍କତାର ସହିତ ଚାଲିଥିଲା ହେଲେ ଅଘଟଣ ଘଟିଗଲା ।''
ବିସ୍ଫୋରଣକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା ଶଫାଦ ଅହମ୍ମଦ କହିଛନ୍ତି, "ଗତକାଲି ରାତି ପ୍ରାୟ ୧୧.୨୦ ସମୟରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଆମେ ଥରି ଉଠିଥିଲୁ । ଆମେ ପରେ ଶୋଇବାକୁ ଚାଲି ଯାଇଥିଲୁ । ଆଜି ସକାଳେ ଏହା ବିଷୟରେ ଜାଣିବାକୁ ପାଇଲୁ । ଆମେ ଏଠାକୁ ଦେଖିବାକୁ ଆସିଛୁ କିନ୍ତୁ ସେମାନେ ଆମକ ଭିତରକୁ ଛାଡୁନାହାନ୍ତି । ମୋ ସମ୍ପର୍କୀୟମାନେ ପୁଲିସ ଷ୍ଟେସନ ନିକଟରେ ରୁହନ୍ତି । ମୁଁ ସେମାନଙ୍କ ସହିତ କଥା ହୋଇପାରୁନାହିଁ । ସେମାନେ ଆମକୁ ସାକ୍ଷାତ କରିବାକୁ ଦେଉନାହାଁନ୍ତି, କିନ୍ତୁ ସେମାନେ ଅଟକାଇ ପାରିବେ ନାହିଁ । ମୁଁ ମୋ ଜୀବନରେ ଏତେ ଜୋରରେ ବିସ୍ଫୋରଣ କେବେ ଶୁଣିନଥିଲି। "
#WATCH | Blast near Nowgam Police Station in J&K last night | A local resident, Shafad Ahmed, says, "A loud blast occurred at about 11.20 pm last night. We were left shaken. We went to sleep later and found out about it this morning...We came here to see things on our own. But… pic.twitter.com/7or5cS0N2C
— ANI (@ANI) November 15, 2025