ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Operation Sindoor: ଅଚାନକ ପିଏମ୍‌ଙ୍କୁ କାହିଁକି ଭେଟିଲେ NSA ଅଜିତ୍, ୫୦ ମିନିଟ୍ କ'ଣ ହେଲା ଆଲୋଚନା ?

Published By : Ankita S | May 8, 2025 12:35 PM

ନୂଆଦିଲ୍ଲୀ,୦୮/୦୫: ପହଲଗାମ ପ୍ରତିଶୋଧ ନେଇ ଆଉ କିଛି ବଡ଼ ପ୍ଲାନ ହେଉଛି କି ? 'ଅପରେସନ୍ ସିନ୍ଦୂର'ର ୩୫ ଘଣ୍ଟା ପରେ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏନଏସଏ ଅଜିତ୍ ଡୋଭାଲ । ଦୁହିଁଙ୍କ ମଧ୍ୟରେ ୩୦ ମିନିଟ୍‌ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସେନା ସୁରକ୍ଷାକୁ ନେଇ ପିଏମ୍ ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶତାଦା ଅଜିତ୍ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତ 'ଅପରେସନ୍ ସିନ୍ଦୂର' ୨.୦ କରିପାରେ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି କି, ଭାରତର 'ଜେମ୍ସ ବଣ୍ଡ' ତଥା ଏନଏସ୍‌ଏ ଅଜିତ୍ ଡୋଭାଲ କୂଟନୈତିକ ଏବଂ ଇଣ୍ଟେଲିଜେନ୍ସ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । 'ଅପରେସନ୍ ସିନ୍ଦୂର' ପରେ ସୃଷ୍ଟି ପରିସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛନ୍ତି । 'ଅପରେସନ୍ ସିନ୍ଦୂର' ପରର ସ୍ଥିତି ଭାରତର କୂଟନୈତିକ ସ୍ତର ପାଇଁ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ଏବେ ଭିକ୍ଟମ୍‌ କାର୍ଡ ଖେଳିପାରେ । ପାକ୍ ମନ୍ତ୍ରୀ ବିଦେଶୀ ଟିଭି ଚ୍ୟାନେଲରେ ସାକ୍ଷତକାର ଦେଉଛନ୍ତି । ନିଜକୁ ନିର୍ଦ୍ଦୋଶ କହୁଛି ପାକିସ୍ତାନ । 

ଅଧିକ ପଢନ୍ତୁ...ଆତଙ୍କୀ ହମଲାରୁ ହିଁ ପରମାଣୁ ଯୁଦ୍ଧର ହେବ ସୂତ୍ରପାତ, ପ୍ରାଣ ହରାଇବେ ୫ ରୁ ୧୨ କୋଟି ଲୋକ

ଗତ ୨୪ ଘଣ୍ଟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଆମେରିକା ଏନଏସଏ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ  ରୁବିଓ, ବ୍ରିଟେନର ଜୋନାଥନ ପାବେଲ, ସାଉଥ ଆରବର ମୁସୈଦ ଅଲ ଏବନ, ସଂଯୁକ୍ତ ଅରବ ଅମିରାତ (ୟୁଏଇ)ର ଏଚଏଚ ଶେଖ୍ ତହନୁନ, ଜାପାନ ମସାତାକା ଆକାନୋ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

'ଅପରେସନ୍ ସିନ୍ଦୂର' ଅପଡେଟ୍- ୬ ତାରିଖ ବିଳମ୍ବିତ ରାତିରେ ପିଓକେ ଓ ପାକିସ୍ତାନରେ ୯ଟି ଆତଙ୍କୀ ଠିକଣାରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ । ପହଲଗାମ ଆତଙ୍କୀ ଆକ୍ରମଣରେ ଯାଇଥିବା ୨୬ ଜୀବନ ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା । ୩ ସୈନ୍ୟଙ୍କ ମିଳିତ ଅପରେସନ୍‌ରେ ୧୦୦ ଆତଙ୍କୀ ସଫା ହୋଇଥିଲେ । ଛାରଖାର ହୋଇଥିଲା ଆତଙ୍କୀ ଆଡ୍ଡା । ଲସ୍କର ମୁଖ୍ୟ ହାଫିଜ୍ ପରିବାରର ୧୦ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ୨୫ ମିନିଟ୍‌ରେ ୯ ଟାର୍ଗେଟ ହୋଇଥିଲା । ଅପରେସନ୍ ପରେ ଭାରତ ହାଇ ଆଲର୍ଟରେ ରହିଛି । ମେ ୧୦ ଯାଏ ୨୭ ବିମାନ ବନ୍ଦର ବନ୍ଦ ରହିଛି । ଆଜି ପାଇଁ ୪୩୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏଲଓସିରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛନ୍ତି । ଯୋଦ୍ଧପୁରରେ ସରକାରୀ ସ୍କୁଲ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିଛି ।

ସଂସଦ ଭବନରେ ସର୍ବଦଳୀୟ ବୈଠକ- 'ଅପରେସନ୍ ସିନ୍ଦୂର' ପରେ ଆଜି ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ, ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି । ଆଗମୀ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି । ଏହା ସହିତ  'ଅପରେସନ୍ ସିନ୍ଦୂର'ରେ ସରକାର ନେଇଥିବା ପଦକ୍ଷେପ ବାବଦରେ ସମସ୍ତ ରାଜନୈତିକ ଦଳକୁ ଅବଗତ କରାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.