ଭୁବନେଶ୍ବର, ୨୦/୨୫: ଶପଥ ନେଲେ ନୂଆପଡ଼ାର ନୂଆ ବିଧାୟକ । ବିଧାନସଭାରେ ଜୟ ଢୋଲକିଆଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢୀ । ନୂଆପଡ଼ା ଉପନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ବିଧାନସଭା ଆସିଥିଲେ ଜୟ ଢୋଲକିଆ । ପୂରା ପରିବାର ସହ ବିଧାନସଭାରେ ପହଞ୍ଚି ଶପଥ ଗ୍ରହଣ କରିଛନ୍ତି ଜୟ ।

​​​​​​​

ବିଧାୟକ ରାଜେନ୍ଦ୍ର ଢୋକଲିଆଙ୍କ ଅକାଳ ବିୟୋଗ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ୧୧ ତାରିଖରେ ମତଦାନ ହୋଇଥିଲା । ୧୪ ତାରିଖରେ ଭୋଟ୍ ଗଣତି ହୋଇଥିଲେ । ଉପନିର୍ବାଚନ ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ଏକତରଫା ବିଜୟ ହାସଲ କରିଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିରୋଧୀ ପ୍ରାର୍ଥୀଙ୍କୁ ୮୩, ୮୪୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ତେବେ ଆଜି ଅର୍ଥାତ୍ ନଭେମ୍ବର ୨୦ ତାରିଖରେ ବିଧାନସଭାରେ ନୂଆପଡ଼ା ବିଧାୟକ ଭାବେ ଶପଥ ନେଇଛନ୍ତି ଜୟ ଢୋଲକିଆ । ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଅନ୍ୟ ବିଜେପି ନେତାବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।