ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ-୨୦୨୫ : ତାଲିକାର ଶୀର୍ଷରେ ୟୁରୋପୀୟ ଦେଶ ଅଣ୍ଡୋରା

Published By : Rasmita Pradhan | July 23, 2025 2:26 PM

ନୂଆଦିଲ୍ଲୀ, ୨୩/୦୭ : ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି । ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍‌ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ୱର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍‌ ମଧ୍ୟରେ ପାଇରେନିଜ୍‌ ପର୍ବତମାଳାରେ ସ୍ଥିତ ଏକ ଛୋଟ ଦେଶ । ତାଲିକାର ଶୀର୍ଷ ୫ ଦେଶରେ ୩ ଆରବ ଦେଶ ରହିଛି । ଖାସ୍‌ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି ଦେଶ ତୁଳନାରେ ଅଧିକ ସୁରକ୍ଷିତ ଦେଶ ଭାବେ ସ୍ଥାନୀତ କରାଯାଇଛି । 

ତାଲିକାରେ ମୋଟ୍‌ ୧୪୭ ଦେଶଙ୍କୁ ସାମିଲ କରାଯାଇଛି । ଏଥିରେ ୟୁଏଇ, କତର ଓ ଓମାନ ସମେତ ତାଇୱାନକୁ ସବୁଠୁ କମ୍‌ ଅପରାଧ ହାର ଏବଂ ମଜଭୁତ ସୁରକ୍ଷା ଢାଞ୍ଚାଯୁକ୍ତ ବିଶ୍ୱର ଶୀର୍ଷ ୫ ଦେଶରେ ସାମିଲ କରାଯାଇଛି । ତାଲିକାର ୬୬ତମ (ସ୍କୋର୍‌: ୫୫.୭) ସ୍ଥାନରେ ଅଛି ଭାରତ । ଅନ୍ୟପକ୍ଷେ, ବ୍ରିଟେନ ୮୭ତମ (ସ୍କୋର୍‌: ୫୧.୭) ଓ ଆମେରିକା ୮୯ତମ (ସ୍କୋର୍‌: ୫୦.୮) ସ୍ଥାନରେ ଅଛି । ଭାରତର ପଡ଼ୋଶୀ ଦେଶ ଚୀନ୍‌ ୧୫ତମ ସ୍ଥାନ (ସ୍କୋର୍‌: ୭୬:୦) ହାସଲ କରିଛି । ଶ୍ରୀଲଙ୍କା ୫୯ତମ ସ୍ଥାନ (ସ୍କୋର୍‌: ୫୭.୯) ଏବଂ ପାକିସ୍ତାନ ୬୫ତମ (ସ୍କୋର୍‌: ୫୬.୩) ସ୍ଥାନରେ ଅଛି । ଉଭୟ ଦେଶ ଭାରତ ପାଖାପାଖି ସ୍ଥାନ ହାସଲ କରିଛନ୍ତି । ରାଜନୈତିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ବାଂଲାଦେଶ ୧୨୬ତମ(ସ୍କୋର୍‌: ୩୮.୪) ସ୍ଥାନରେ ଅଛି । 

ତଥ୍ୟ ଅନୁସାରେ, ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ୨୦୨୫ରେ ସବୁଠୁ ଅସୁରକ୍ଷିତ ଦେଶ ହୋଇଛି । ତାଲିବାନ ଶାସିତ ଆଫଗାନିସ୍ତାନର ସ୍ଥିତି ମଧ୍ୟ ବହୁତ ଖରାପ । ଏହା ୧୪୪ତମ ସ୍ଥାନରେ ଅଛି । ନିରନ୍ତର ଗୃହଯୁଦ୍ଧ ଓ ହିଂସାର ସମ୍ମୁଖୀନ ହେଉଥିବା ସିରିଆ ୧୪୦ତମ ସ୍ଥାନରେ ଅଛି । ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ ୟୁଜର୍‌ଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରସ୍ତୁତ ହୋଇଛି । ଅପରାଧ ହାର, ଜନସାଧାରଣ ସୁରକ୍ଷା, ବ୍ୟକ୍ତିଗତ ନିରାପତ୍ତା ସମ୍ପର୍କିତ ତଥ୍ୟକୁ ଏଥିରେ ପ୍ରାଧାନ୍ୟ ଦିଆଯାଏ । ବିଶ୍ୱରେ ସୁରକ୍ଷା ଓ ନିରାପତ୍ତାର ମାପକ ଭାବେ ଏହା ବ୍ୟାପକ ରୂପେ ସମର୍ଥିତ ସୂଚକାଙ୍କ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.