ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର

Published By : Manoj | August 10, 2025 10:12 AM

ନବରଙ୍ଗପୁର,୧୦/୦୮: ବଞ୍ଚିବାକୁ ସଂଘର୍ଷ କରି ଦୀର୍ଘ  ୧୬ ଦିନ ପରେ ଶେଷରେ ଆଖି ବୁଜିଛନ୍ତି ରାଇଘର ବ୍ଲକ  ଅଞ୍ଚଳର ନର୍ସିଂଛାତ୍ରୀ । ଶନିବାର ଅପରାହ୍ଣରେ ଭୁବନେଶ୍ୱର  ଏମସ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା  କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ  ବୋଲି ଜଣାପଡ଼ିଛି । ଆପତ୍ତିଜନକ ଫଟୋ ଭାଇରାଲ୍‌  ଯୋଗୁ ଛାତ୍ରୀ ଜଣଙ୍କ କୀଟନାଶକ ପିଇ ଦେଇଥିଲେ ।  

ସୂଚନାଥାଉ କି, ଏକତରଫା ପ୍ରେମ କରୁଥିବା  ଜଣେ ଯୁବକଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନାର  ଶିକାର ହୋଇଥିଲେ ନର୍ସିଂ ପଢ଼ୁଥିବା ଛାତ୍ରୀ ଜଣଙ୍କ ।  ଆପତ୍ତିଜନକ ଫଟୋ ପଟୋ ଭାଇରାଲ୍‌ କରିଥିଲେ  ଯୁବକ ଜଣଙ୍କ । ଏହାକୁ ନେଇ ଗତ ଜୁଲାଇ ୨୩ରେ  ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟପୁର ଏବଂ  ପରେ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଥିଲା ।  କୀଟନାଶକ ପ୍ରଭାବରେ ତାଙ୍କ ଶରୀର ଏକାଧିକ ଅଙ୍ଗ  ଅଚଳ ହୋଇଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପରେ  ଛାତ୍ରୀଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ ।  ଅଭିଯୁକ୍ତ ପ୍ରେମିକ ସତ୍ୟଜିତ ସର୍କାରକୁ ପୁଲିସ ନୟାଗଡ଼ର  ଦଶପଲ୍ଲାରୁ ଉଠାଇ ଆଣିଥିଲା। ମାମଲାର ଅନ୍ୟତମ  ଅଭିଯୁକ୍ତ ତଥା ଛାତ୍ରୀଙ୍କ ସହ ଫଟୋ ଉଠାଇଥିବା ଉଦ୍ଧବ  ଗଡ଼ନାୟକକୁ ଜୟପୁରରୁ ଗିରଫ କରାଯାଇଥିଲା । ଡାକ୍ତରଙ୍କ ଶତଚେଷ୍ଟା ଛାତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.