ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଆପଲ୍‌-ମାଇକ୍ରୋସଫ୍ଟକୁ ପଛରେ ପକାଇ ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ହେଲା Nvidia

Published By : Tapas Panda | July 6, 2025 10:59 PM

Image Courtesy: livemint

ନୂଆଦିଲ୍ଲୀ: ଚିପ୍ ନିର୍ମାଣକାରୀ କମ୍ପାନୀ ଏନଭିଡିଆ, ଆପଲ ଏବଂ ମାଇକ୍ରୋସଫ୍ଟକୁ ପଛରେ ପକାଇ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀରେ ପରିଣତ ହୋଇଛି ।ଏନଭିଡିଆର ବଜାର ମୂଲ୍ୟ ୩.୯୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି, ଯାହା ଆପଲର ପୂର୍ବ ରେକର୍ଡ ୩.୯୧୫ ଟ୍ରିଲିୟନ ଡଲାର ଏବଂ ମାଇକ୍ରୋସଫ୍ଟର ବର୍ତ୍ତମାନର ମୂଲ୍ୟ ୩.୭ ଟ୍ରିଲିୟନ ଡଲାର ଠାରୁ ଅଧିକ । ପ୍ରଥମ ଥର ପାଇଁ ଏନଭିଡିଆ ବିଶ୍ୱସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛି। କୃତ୍ରିମ ବୁଦ୍ଧିମତା (AI)ର ବର୍ଦ୍ଧିତ ଚାହିଦା Nvidiaକୁ ନୂତନ ଶିଖରରେ ପହଞ୍ଚାଇଛି ।

AI ପ୍ରତି ନିବେଶକଙ୍କ ଉତ୍ସାହ ଶୀର୍ଷରେ ଅଛି ଏବଂ Nvidia ଏହି ଦୌଡ଼ର ସୁପରଷ୍ଟାର ଭାବରେ ଉଭା ହୋଇଛି । କମ୍ପାନୀର ହାଇ-ଟେକ୍ ଚିପ୍ସ ବଡ଼ AI ମଡେଲଗୁଡ଼ିକୁ ତାଲିମ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହି କାରଣରୁ Microsoft, Amazon, Meta, Alphabet ଏବଂ Tesla ଭଳି ଟେକ୍ ଜାଏଣ୍ଟମାନେ ସେମାନଙ୍କର AI ଡାଟା ସେଣ୍ଟର ପାଇଁ Nvidiaର ପ୍ରୋସେସର ଉପରେ ନିର୍ଭର କରନ୍ତି । ଏହି କମ୍ପାନୀଗୁଡ଼ିକର ଚାହିଦା Nvidiaର ଚିପ୍ସର ଚାହିଦାକୁ ଆକାଶଛୁଆଁ କରିଛି । 

୨୦୨୧ ରେ ଏନଭିଡିଆର ମୂଲ୍ୟ ପ୍ରାୟ ୫୦୦ ବିଲିୟନ ଡଲାର ଥିଲା । କିନ୍ତୁ ଚାରି ବର୍ଷ ମଧ୍ୟରେ କମ୍ପାନୀ ଆଠ ଗୁଣ ବୃଦ୍ଧି ସହ ୪ ଟ୍ରିଲିୟନ୍‌ ଡଲାର ଛୁଇଁବାକୁ ଯାଉଛି । ଏହି ମୂଲ୍ୟ କାନାଡା ଏବଂ ମେକ୍ସିକୋର ଷ୍ଟକ୍ ବଜାରର ମୋଟ ମୂଲ୍ୟଠାରୁ ଅଧିକ । କେବଳ ସେତିକି ନୁହେଁ, Nvidiaର ବଜାର ମୂଲ୍ୟ ବ୍ରିଟେନର ସମସ୍ତ ତାଲିକାଭୁକ୍ତ କମ୍ପାନୀର ମୋଟ ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇଛି । Nvidia ର ସେୟାର ୨.୨% ବୃଦ୍ଧି ପାଇ ପ୍ରତି ସେୟାର ୧୬୦.୬ ଡଲାରରେ ପହଞ୍ଚିଛି । ଏହି ବୃଦ୍ଧି କମ୍ପାନୀକୁ ଏହାର ଆମେରିକୀୟ ଟେକ୍ ପ୍ରତିଦ୍ୱନ୍ଦ୍ୱୀ Apple ଏବଂ Microsoft ଠାରୁ ଆଗରେ ରଖିଛି ।

ବିଶେଷ କଥା ହେଉଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତରୀୟ ଶୁଳ୍କ ଘୋଷଣା ପରେ ଏପ୍ରିଲ ୪ରେ ଷ୍ଟକ୍ ବଜାରରେ କ୍ଷତି ସହିବା ପରେ ଏନଭିଡିଆ ବଡ଼ ପ୍ରତ୍ୟାବର୍ତ୍ତନ କରିଛି । କମ୍ପାନୀର ସେୟାର ସେହି ସମୟର ସର୍ବନିମ୍ନ ସ୍ତରରୁ ୬୮% ରୁ ଅଧିକ ଉପରକୁ ଉଠିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.