ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଓସିଏ ଉପନିର୍ବାଚନ: ସଭାପତି ପାଇଁ ନାମାଙ୍କନ ଦାଖଲ କଲେ ପଙ୍କଜ, ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ !

Published By : Prameya | February 13, 2025 2:39 PM

କଟକ,୧୩/୦୨: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ସଭାପତି  ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ବୁଧବାର ଏକମାତ୍ର ପ୍ରାର୍ଥୀ  ଭାବେ ପଙ୍କଜଲୋଚନ ମହାନ୍ତି ନାମାଙ୍କନପତ୍ର ଦାଖଲ କରିଥିଲେ । ସେ ଏକ ପ୍ରକାର  ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ବିଜେତାଙ୍କ ନାମ ଘୋଷଣା ହେବ ।   

ଡିସେମ୍ବର ୨୯ ତାରିଖରେ  ପୂର୍ବତନ ବିଧାୟକ ପ୍ରଣବପ୍ରକାଶ  ଦାସ ଓସିଏ ସଭାପତି ପଦବିରୁ ଇସ୍ତଫା ଦେବା ପରେ ଏହି ପଦକ ଫାଙ୍କା ପଡ଼ିଥିଲା । ୪୫ ଦିନ ମଧ୍ୟରେ ସଭାପତି ପଦ ପୂରଣ ପାଇଁ ଓସିଏ ସମ୍ବିଧାନର  ନିୟମ ରହିଛି । ସେଥିପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଶ୍ରୀ ମହାନ୍ତି  ବୁଧବାର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌  ମଜୁମଦାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ୍‌ କରାଯାଇ  ୧୫ ତାରିଖରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ପ୍ରାର୍ଥୀପତ୍ର ନାକଚ ନହେଲେ  ପଙ୍କଜ ନିଦ୍ୱର୍ନ୍ଦ୍ୱରେ ସଭାପତି ନିର୍ବାଚିତ ହେବେ । ସମ୍ପ୍ରତି ଉପସଭାପତି ପଦରେ  ଥିବା ପଙ୍କଜ ସଭାପତି ହେଲେ ଓସିଏର ଉପସଭାପତି ପଦ ପୁଣି ଥରେ ଫାଙ୍କା ହେବ । ଏଥିନିମନ୍ତେ ଆଗାମୀ ଦିନରେ ଆଉ ଏକ ଉପନିର୍ବାଚନ ହେବା ନିଶ୍ଚିତ ।   

ଗତ ୧୦ ତାରିଖ ସୁଦ୍ଧା ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିବା କଥା ।  ମାତ୍ର ଏହା ପୂର୍ବ ଦିନ ବାରବାଟୀ ଷ୍ଟାଡିୟରେ ଭାରତ-ଇଂଲଣ୍ଡ ମ୍ୟାଚ ରହିଥିବାରୁ  ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଏବଂ ସଭାପତି ନିମନ୍ତେ କର୍ମକର୍ତ୍ତା  ନିର୍ବାଚନକୁ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.