ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସେପ୍ଟେମ୍ବରରୁ ଆରମ୍ଭ ହେବ ଓସିଏ ଓଡିଶା ପ୍ରୋ ଟି-ଟୋଣ୍ଟି ଲିଗ୍‌

Published By : Suraj Kumar | July 6, 2025 8:08 PM

କଟକ, ୬।୭ : ଓଡିଶା କ୍ରିକେଟର ବିକାଶ ଏବଂ ଓଡ଼ିଶାର  ପ୍ରତିଭାବାନ ଖେଳାଳୀଙ୍କୁ ଚୟନ କରି  ସୁଯୋଗ ଦେବା ପାଇଁ ଓସିଏ ପକ୍ଷରୁ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଓସିଏ ଓଡିଶା ପ୍ରୋ ଟି- ଟୋଣ୍ଟି ଲିଗ । ଏହି ଲିଗରେ ଭାଗ ନେବେ ୬ ଟିମ। ଓଡିଶାର ବିଭିନ୍ନ    ଅଂଚଳରୁ ଛଅଟି ଟିମ୍ ଭାଗ ନେବେ। 

ବିଭିନ୍ନ ଅଞ୍ଚଳକୁ ନେଇ ପ୍ରତିନିଧିତ୍ବ କରୁଥିବା   ଟିମଗୁଡିକର ନାମକରଣ କରାଯିବ। ଆରିଭା ସ୍ପୋର୍ଟସ କମ୍ପାନୀ ସହ ମିଶି ଓସିଏ ଏହି ଲିଗ ଆୟୋଜନ କରିବ। ଏହି ଲିଗର ଟିମ ଫ୍ରାନଚାଇଜ ମାଲିକାନା ପାଇଁ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ଅକ୍ସନରେ  ସାମିଲ ହୋଇ ପାରିବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି।। ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ଓସିଏ ୱେବ ସାଇଟକୁ ଯାଇ ଯେ କୌଣସି ଆଗ୍ରହୀ ସଂସ୍ଥା ଆବେଦନ କରି ପାରିବେ ବୋଲି ଓସିଏ ପକ୍ଷରୁ କୂହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.