କଟକ,୦୮/୦୬: ମୁଖ ଗହ୍ୱର କର୍କଟରେ ପୀଡ଼ିତ ଥିବା ଓଲିଭଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କ ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀସ୍ଥିତ ଆପୋଲୋ  ହସ୍‌ପିଟାଲ୍‌ରେ ଗତ ମେ ୨୯ ତାରିଖରେ ତାଙ୍କର ଏହି ଅପରେସନ ହୋଇଛି ।  




ଅପରେସନ ପରେ ସେ ସମୂର୍ଣ୍ଣ ସୁସ୍ଥ ଥିବାବେଳେ ହସ୍‌ପିଟାଲ୍‌ରୁ ଡିସଚାର୍ଜ ହୋଇଥିବା ତାଙ୍କ ଇନଷ୍ଟାଗ୍ରାମ୍‌ ଆଇଡିରେ ପୋଷ୍ଟ କରିଛନ୍ତି । ସମସ୍ତଙ୍କ ଆଶୀର୍ବାଦ ଏବଂ ଶୁଭକାମନା  ପାଇଁ ଅପରେସନ ସଫଳ ହୋଇଥିବାରୁ ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ  ଜଣାଇଛନ୍ତି । କିଛି ବର୍ଷ ତଳେ ସାତ୍ୟକିଙ୍କ ପାଟିରେ ପ୍ରଥମ ଅପରେସନ ହୋଇଥିଲା ।  ଅପରେସନ ବେଳେ ହସପିଟାଲ୍‌ରେ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କୀୟ ଉପସ୍ଥିତ ଥିଲେ ।