ନବରଙ୍ଗପୁର,୨୫।୮( ଆପ୍ର): ମଡେଲିଂ ପ୍ରତିଯୋଗିତାରେ ଭିଏତନାମରେ ଓଡିଶା ପୁଅ ଚମକିଛନ୍ତି ।ବିଭିନ୍ନ ଦେଶରୁ ୫୭ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ‘ସୁପର ଟାଲେଣ୍ଟ’ ସବ୍ ଟାଇଟଲ ପାଇଛନ୍ତି । ସେ ହେଉଛନ୍ତି, ତାହିଦ ହାସନ ଖାଁ । ତାଙ୍କ ଘର ନବରଙ୍ଗପୁର ବ୍ଳକ ତାରାଗାଁରେ। ତାହିଦ୍ଙ୍କ ପିତା ହେଉଛନ୍ତି ତାରିଖ ହାସନ ଖାଁ ଓ ମାଆ ଅଷମା ବାନୋ । ପୂର୍ବତନ ମନ୍ତ୍ରୀ ଜନାବ୍ ହବିବୁଲ୍ଲା ଖାଁଙ୍କ ସେ ହେଉଛନ୍ତି ନାତି I
ତାହିଦ୍ ଭୂବନେଶ୍ୱର ଭିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର । ନିକଟରେ ଭିଏତ ନାମ ଠାରେ ଆୟୋଜିତ ମଡେଲିଂ ପ୍ରତିଯୋଗିତାରେ ନ୍ୟାସନାଲ କମ୍ପ୍ୟୁମ ରାଉଣ୍ଡ, ଗଲେଣ୍ଡ ରାଉଣ୍ଡ ଓ ନଟରାଜ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାରେ ୫୭ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାହିଦଙ୍କ ସଫଳତା ପାଇଁ କେବଳ ନବରଙ୍ଗପୁର ନୁହେଁ ଓଡିଶା କୁ ଗୌରାନ୍ବିତ କରିଥିବାରୁ ବିଭିନ୍ନ ମହଲକୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାର କଳାକାର ମହଲରେ ଅନନ୍ଦ ଖେଳିଯାଇଛି । ଜୁନିଅର ମଡେଲ ଇଣ୍ଟରନ୍ୟାସନର ଷ୍ଟେଟ୍ ଡାଇରେକ୍ଟର ଜ୍ୟୋତିମୟୀ ମହାପାତ୍ରଙ୍କ ତତ୍ତ୍ଵାବୋଧାନରେ ସେ ମଡେଲିଂ ପ୍ରଶିକ୍ଷଣ ନେଇଥିଲେ ।