ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଅଗଷ୍ଟରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଛିରେ ନନୀ’, ମୁଖ୍ୟ ଚରିତ୍ରରେ ନଜର ଆସିବେ ଶିବାନୀ, ଶୈଳେନ୍ଦ୍ର

Published By : Prameya | July 23, 2025 10:24 AM

ଭୁବନେଶ୍ବର ୨୮/୦୭: ଅଗଷ୍ଟ ୧ ତାରିଖରେ ରିଲିଜ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଛିରେ ନନୀ’ । ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ଶିବାନୀ, ଶୈଳେନ୍ଦ୍ର ଓ ଦୀପନ୍ୱିତ ଦାସ ମହାପାତ୍ରଙ୍କୁ ଦେଖିବେ । ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ଆଧାରିତ ଏ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଓ ସଫଳ ନିର୍ମାତା ସୀତାରାମ ଅଗ୍ରୱାଲ। ଏହି ନୂତନ ପିଢ଼ିର ରୋମାଣ୍ଟିକ ଫିଲ୍ମ ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟ ବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି, ଯେଉଁଠି ପ୍ରେମ, ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ । 

ଏହି ଫିଲ୍ମ ବଳିଷ୍ଠ କାହାଣୀ ଓ ସାହସିକ ଚିତ୍ରଣ ଲାଗି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦାୟିତ୍ୱ ତୁଲାଇଛନ୍ତି ସିଦ୍ଧାର୍ଥ ଓ ତମନ୍ନା ଅଗ୍ରୱାଲ । ସଂଳାପ ଲେଖିଛନ୍ତି ସୁଶାନ୍ତ ମଣି ଓ ହିରେନ କୁମାର । ଡିଓପିରେ ଅଛନ୍ତି କୁହୁ ମଲ୍ଲ । କୋରିଓଗ୍ରାଫି କରିଛନ୍ତି ସୁମନ୍ତ ମଣି । ଛିରେ ନନୀ ଛି ଗୀତ ଭଳି ଏହି ସିନେମା ମଧ୍ୟ ଲୋଭପ୍ରିୟତା ଲାଭ କରିବା ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି । ପୂର୍ବରୁ ସୀତାରାମ ଅଗ୍ରୱାଲ୍‌ ବେଶ କେତୋଟି ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେଣୁ ଏହି ସିନେମାରୁ ଦର୍ଶକ ମଧ୍ୟ ଅନେକ କିଛି ଆଶା ରଖିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.