ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଇତିହାସ ରଚିଲା ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’, ବକ୍ସ ଅଫିସ୍‌ କଲେକ୍ସନ୍‌ରେ ଅନୁଭବଙ୍କୁ କାଟିଲେ ବାବୁସାନ୍‌

Published By : Prameya | June 14, 2025 2:03 PM

ଭୁବନେଶ୍ୱର,୧୪/୦୬: ଇତିହାସ ରଚିଲା  ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’ । ରଜରେ ଓଡ଼ିଆ  ସିନେମାରେ ପୁଣି ଥରେ ଲେଖା ହେଲା ନୂଆ ଇତିହାସ ।  ପ୍ରଥମ ଥର ପାଇଁ ଓଡ଼ିଆ ସିନେମାକୁ ନେଇ ବକ୍ସ  ଅଫିସ୍‌ରେ ସୃଷ୍ଟି ହେଲା ଝଡ଼ । ପ୍ରଥମ ଦିନରେ ସିନେମା  ୫୧.୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛି । ଗୋଟିଏ  ଭୂତ ସିନେମା ଭାବେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ  ଐତିହାସିକ ପାଦଚିହ୍ନ ଛାଡ଼ିଲା । ଏଥିପାଇଁ ପ୍ରଯୋଜନା  ସଂସ୍ଥା ଓଡ଼ିଆ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛି । ଏହାଦ୍ୱାରା  ଓଲିଉଡ୍‌ର ଅନ୍ୟତମ ସୁପର୍‌ଷ୍ଟାର୍‌ ବାବୁସାନ୍‌, ମେଗାଷ୍ଟାର୍‌  ଅନୁଭବ ମହାନ୍ତିଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୨୪  ଅକ୍ଟୋବର ୯ରେ ଦଶହରା ଦୁର୍ଗାପୂଜା ଅବସରରେ  ପ୍ରେକ୍ଷାଳୟକୁ ଆସିଥିଲା ଅନୁଭବଙ୍କ ସିନେମା ‘କର୍ମ’ ।  ଯେଉଁଥିରେ ସାରା ଓଡ଼ିଶା ‘ଚିରିଂ ଚିରିଂ’ ହୋଇ ନାଚିଥିଲା,  ଆଜି ପର୍ଯ୍ୟନ୍ତ ନାଚୁଛି । ସେତେବେଳେ ଏହି ସିନେମା  ପ୍ରଥମ କରି ପ୍ରଥମ ଦିନ ବକ୍ସ ଅଫିସ୍‌ କଲେକ୍ସନ୍‌ରେ  ଇତିହାସ ରଚିଥିଲା । ‘କର୍ମ’ ୩୭.୨୦ ଲକ୍ଷ ରୋଜଗାର  କରିଥିଲା । ଆଜି ବାବୁସାନ୍‌ଙ୍କ ‘ବୋଉ ବୁଟୁ ଭୂତ’  ୫୧.୨ ଲକ୍ଷ ରୋଜଗାର କରି ରେକର୍ଡ କରିଛି ।  

ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥିଲା  ବାବୁସାନ୍‌ଙ୍କ ନିଜସ୍ୱ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ପତ୍ନୀ  ତୃପ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ । ସାରା ଓଡ଼ିଶାର  ୬୧ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସିନେମାକୁ  ନେଇ ସମସ୍ତଙ୍କର ଆଶା ଥିଲା । ଯାହା ପ୍ରଥମ ଦିନ  ବକ୍ସ ଅଫିସ୍‌ କଲେକ୍ସନ୍‌ ରିପୋର୍ଟ ପରେ ପ୍ରମାଣିତ  ହୋଇଛି । ଏବେ ସମୀକ୍ଷକଙ୍କ ଆଶା³ ଏ ସିନେମା ୧୫  କୋଟିରୁ ଅଧିକ ବେପାର କରିବ । ପ୍ରଥମ ଥର ପାଇଁ ଭୂତ ସିନେମାକୁ  ନେଇ ବାବୁସାନ୍‌ ପରୀକ୍ଷା ନିରୀକ୍ଷା  କରିଥିବାବେଳେ ଏଥିରେ ତାଙ୍କ  ନାୟିକା ସାଜିଛନ୍ତି ପୁରୁଣା ରିଲ୍‌ ସାଥୀ  ଅର୍ଚ୍ଚିତା । ବାବୁସାନ୍‌ଙ୍କ ମା’ ଅପରାଜିତା  ପ୍ରମୁଖ ଭୂମିକାରେ ଅଛନ୍ତି । ସୁନ୍ଦରୀ  କୁକିଜ୍‌ ଏକ ଗୀତରେ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛନ୍ତି । ସିନେମାର ‘ଓଦା ଲାଗେ’ ଆଉ "ଡୁଙ୍ଗୁଥିଲି’  ଗୀତ ଟ୍ରେଣ୍ଡିଂରେ ରହିଛି । ସଙ୍ଗୀତ ଦେଇଛନ୍ତି ବାବୁସାନ୍‌ଙ୍କ  ପୁରୁଣା ଯୋଡ଼ିଦାର ଗୌରବ ଆନନ୍ଦ । ସିନେମାର  କାହାଣୀ ମହମ୍ମଦ ଇମ୍ରାନ୍‌ ଓ ସଂଳାପ ଲେଖିଛନ୍ତି ପ୍ରଣବ  ପ୍ରସନ୍ନ ରଥ । ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ମିଶ୍ର।  ଖୁସିର କଥା³ ଏବେ ଓଡ଼ିଆ ସିନେମାରେ ବକ୍ସ ଅଫିସ୍‌  କଲେକ୍ସନ୍‌ ରିପୋର୍ଟ ସାମ୍ନାକୁ ଆସୁଛି । ‘କର୍ମ’ ପରେ  ‘ବୋଉ ବୁଟୁ ଭୂତ’ ଦ୍ୱିତୀୟ ସିନେମା, ଯାହାର ବକ୍ସ  ଅଫିସ୍‌ କଲେକ୍ସନ୍‌ ରିପୋର୍ଟ ସାର୍ବଜନୀନ ହୋଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.