ଭୁବନେଶ୍ୱର,୧୫/୦୨: ସମାଜରେ ମହିଳାଙ୍କ ସଂଘର୍ଷ ଓ ସାମାଜିକ ନୀତିକୁ ନେଇ ୨୦୨୪ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହୋଇଥିଲା ବାସ୍ତବବାଦୀ  ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା' । ଯାହା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମରେ ଥିବା କାହାଣୀ ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ଏଥିରେ ଥିବା  ସାମାଜିକ ବାର୍ତ୍ତାକୁ ସିନେପ୍ରେମୀ ଠିକ୍‌ ଭାବେ ବୁଝିପାରିଥିଲେ ।

 ଫିଲ୍ମରେ  ସିଜନ ମହାପାତ୍ର, ନିଶାନ୍ତ ମାଜିଥିଆ, ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ,  ଶ୍ରଦ୍ଧା ପାଣିଗ୍ରାହୀ, ସୁକାନ୍ତ ରଥ, ପାର୍ଥସାରଥୀ ରାୟ ଭଳି କଳାକାର ମୁଖ୍ୟ  ଭୂମିକାରେ ଅଭିନୟ କରିଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଯୁବ  ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ର ପ୍ରଯୋଜନା  କରିଥିଲେ ବର୍ଷା ପଟ୍ଟନାୟକ ଏବଂ ଅନୁପମ । ତେବେ ଚଳଚ୍ଚିତ୍ର ରିଲିଜ୍‌  ହେବାର ଗୋଟିଏ ବର୍ଷ ପୂରି ଯାଇଥିଲେ ମଧ୍ୟ ଫିଲ୍ମକୁ ମିଳୁଛି ଅଶେଷ  ଭଲପାଇବା । ଏହି ଭଲପାଇବାକୁ ଦୃଷ୍ଟିରେ ରଖି ସିଙ୍ଗାପୁର ଶା’ ଥିଏଟର,  ପାୟା ଲେବର କ୍ୱାର୍ଟର୍‌ରେ ଫେବୃଆରୀ ୨୨ ତାରିଖରେ ଏକ ବିଶେଷ  ସ୍କ୍ରିନିଂର ଆୟୋଜନ କରାଯାଇଛି । ଏତେ ମାତ୍ରାରେ ଭଲ ପାଇବା ଦେବା  ସହିତ ଫିଲ୍ମର ଯାତ୍ରାରେ ଦୀର୍ଘ ଦିନ ହୋଇ ଯୋଡ଼ିହୋଇ ରହିଥିବାରୁ ଓଡ଼ିଆ  ସିନେପ୍ରେମୀଙ୍କୁ ସିନେ ନିର୍ମାତା ଧନ୍ୟବାଦ ଜଣାଇଛନ୍ତି।