ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସିଙ୍ଗାପୁରରେ ପ୍ରଦର୍ଶିତ ହେବ ଓଡ଼ିଆ ସିନେମା ‘ତ୍ରିକନ୍ୟା’

Published By : Prameya | February 15, 2025 10:55 AM

ଭୁବନେଶ୍ୱର,୧୫/୦୨: ସମାଜରେ ମହିଳାଙ୍କ ସଂଘର୍ଷ ଓ ସାମାଜିକ ନୀତିକୁ ନେଇ ୨୦୨୪ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହୋଇଥିଲା ବାସ୍ତବବାଦୀ  ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା' । ଯାହା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମରେ ଥିବା କାହାଣୀ ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ଏଥିରେ ଥିବା  ସାମାଜିକ ବାର୍ତ୍ତାକୁ ସିନେପ୍ରେମୀ ଠିକ୍‌ ଭାବେ ବୁଝିପାରିଥିଲେ ।

 ଫିଲ୍ମରେ  ସିଜନ ମହାପାତ୍ର, ନିଶାନ୍ତ ମାଜିଥିଆ, ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ,  ଶ୍ରଦ୍ଧା ପାଣିଗ୍ରାହୀ, ସୁକାନ୍ତ ରଥ, ପାର୍ଥସାରଥୀ ରାୟ ଭଳି କଳାକାର ମୁଖ୍ୟ  ଭୂମିକାରେ ଅଭିନୟ କରିଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଯୁବ  ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ର ପ୍ରଯୋଜନା  କରିଥିଲେ ବର୍ଷା ପଟ୍ଟନାୟକ ଏବଂ ଅନୁପମ । ତେବେ ଚଳଚ୍ଚିତ୍ର ରିଲିଜ୍‌  ହେବାର ଗୋଟିଏ ବର୍ଷ ପୂରି ଯାଇଥିଲେ ମଧ୍ୟ ଫିଲ୍ମକୁ ମିଳୁଛି ଅଶେଷ  ଭଲପାଇବା । ଏହି ଭଲପାଇବାକୁ ଦୃଷ୍ଟିରେ ରଖି ସିଙ୍ଗାପୁର ଶା’ ଥିଏଟର,  ପାୟା ଲେବର କ୍ୱାର୍ଟର୍‌ରେ ଫେବୃଆରୀ ୨୨ ତାରିଖରେ ଏକ ବିଶେଷ  ସ୍କ୍ରିନିଂର ଆୟୋଜନ କରାଯାଇଛି । ଏତେ ମାତ୍ରାରେ ଭଲ ପାଇବା ଦେବା  ସହିତ ଫିଲ୍ମର ଯାତ୍ରାରେ ଦୀର୍ଘ ଦିନ ହୋଇ ଯୋଡ଼ିହୋଇ ରହିଥିବାରୁ ଓଡ଼ିଆ  ସିନେପ୍ରେମୀଙ୍କୁ ସିନେ ନିର୍ମାତା ଧନ୍ୟବାଦ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.