ପାତ୍ରପୁର,୨୬/୧୦: ନିଟ୍‌ ପରୀକ୍ଷା ପାଇଁ ରାଜସ୍ଥାନର  କୋଟାରେ ତାଲିମ ନେଉଥିବା ଜଣେ ଛାତ୍ରଙ୍କ ଶନିବାର ସନ୍ଦେହଜନକ  ମୃତ୍ୟୁ ଘଟିଛି । ସେ ହେଉଛନ୍ତି ପାତ୍ରପୁର ବ୍ଲକ୍‌ ଜରଡ଼ା ପଞ୍ଚାୟତ  ଅଭୟପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋସନ ପାତ୍ର ।  ସେ ଗତ ବର୍ଷ ଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ  ନେଉଥିଲେ । ତେବେ ଶନିବାର ସକାଳେ ତାଙ୍କର ଅଚାନକ ମୃତ୍ୟୁ  ହୋଇଥିବା ଖବର ଘର ଲୋକଙ୍କୁ ସାଙ୍ଗମାନେ ଜଣାଇଥିଲେ ।  ସେ ରହୁଥିବା ଘରେ ହଠାତ ତାଙ୍କର ମୃତ୍ୟୁ ଖବର ପାଇ ବାପା  ଏବଂ କକା କୋଟା ଅଭିମୁଖେ ଯାଇଛନ୍ତି । ରବିବାର ସେମାନେ ପହଞ୍ଚିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।