ଭୁବନେଶ୍ବର, ୨୩/୦୬ : ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ବଡ଼ ଅପଡେଟ୍। ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ। ମୃତଦେହକୁ ଓଡ଼ିଶା ପାଇଁ ଆଉ ଜଣେ ଅଧିକାରୀ ତାମିଲନାଡ଼ୁ ଯାଇଛନ୍ତି। ଆଜି ସନ୍ଧ୍ୟାରେ ମୃତଦେହ ଭୁବନେଶ୍ଵରରେ ପହଞ୍ଚିବ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କରିଛନ୍ତି। ପୂର୍ବରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ସରକାର।
ଆହୁରି ପଢନ୍ତୁ- ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ଓଡ଼ିଆ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୂଚନାନୁଯାୟୀ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡ୍ ର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି।..
ଓଡ଼ିଶା ସରକାରଙ୍କ ତରଫରୁ ୩ ଜଣିଆ ଟିମ୍ ପଠା ଯାଇଛି,ମୃତକଙ୍କୁ ଅଣାଯିବାର ବ୍ୟବସ୍ଥା ହୋଇଛି