ଦିଗପହଣ୍ଡି, ୧୮/୦୫ : ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ। ୟୁକ୍ରେନର ଡ୍ରୋନ୍ ମାଡ଼ରେ ଟଳିପଡ଼ିଲେ ଓଡ଼ିଆ ଯୁବକ। ମୃତକ ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା । ମାସେ ତଳେ ସେ କାମ କରିବାକୁ ରୁଷିଆ ଯାଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଏନେଇ ସ୍ପଷ୍ଟ କରିଛନ୍ତି ।

ସୂଚନାନୁଯାୟୀ, ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ.ରାମେୟା ମାସେ ତଳେ କାମ କରିବାକୁ ଋଷ ଯାଇଥିଲେ। ଶନିବାର ସେ ରାଜଧାନୀ ମସ୍କୋ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ବେଳେ ୟୁକ୍ରେନର ଡ୍ରୋନ୍ ହମଲାରେ ଟଳି ପଡିଥିଲେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି। ମୃତଦେହ ଫେରାଇ ଆଣିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି। ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ..

ଏହି ଖବରଟିକୁ ପଢନ୍ତୁSEBI Bhubaneswar Branch : ଭୁବନେଶ୍ବରରେ ଖୋଲିବ SEBI ବ୍ରାଞ୍ଚ୍, ସାବାଡ୍ ହେବେ ଠକ କମ୍ପାନୀ