କଟକ,୩୧/୧୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବ । ଉକ୍ତ ପ୍ରବେଶିକା ପରୀକ୍ଷା ଦେବା ଲାଗି ଆବେଦନରତ ପରୀକ୍ଷାର୍ଥୀଙ୍କର ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍ସାଇଟ୍ରେ ଉପଲବଧ୍ କରାଯାଇଛି । ଆବେଦନକାରୀମାନେ ବୋର୍ଡ ୱେବ୍ସାଇଟ୍ରୁ ସେମାନଙ୍କ ଆଡମିଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହି ପରୀକ୍ଷା ଲାଗି ରାଜ୍ୟର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ୭୮୯ ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି । ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟରେ ୧ ଲକ୍ଷ ୪୧ ହଜାର ୩୬୦ ଜଣ ଆବେଦନ କରିଥିବା ବେଳେ ସପ୍ତମ ଶ୍ରେଣୀ ଲାଗି ୧୦ ହଜାର ୮୬ ଜଣ ଆବେଦନ କରିଛନ୍ତି । ସେହିପରି ଅଷ୍ଟମ ଶ୍ରେଣୀ ପାଇଁ ୫ ହଜାର ୭୪୪ ଓ ନବମ ଶ୍ରେଣୀ ଲାଗି ୩ ହଜାର ୧୮୯ଜଣ ଆବେଦନ କରିଛନ୍ତି । ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଲାଗି ୮୭୫ ଜଣ ଆବେଦନ କରିଥିବା ସୂଚନା ମିଳିଛି ।