ଭୁବନେଶ୍ୱର ୨୫/୧୧: ମଙ୍ଗଳବାରଠୁ ବିଧାନସଭାର ଶୀତ  ଅଧିବେଶନ । ଚାଲିବ ଡିସେମ୍ବର ଶେଷ  ପର୍ଯ୍ୟନ୍ତ । ଆକ୍ରମଣ-ପ୍ରତି ଆକ୍ରମଣରେ  ବେଶ୍‌ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଯେତିକି ଆକ୍ରମଣ  ବିରୋଧୀ କରିଥିଲେ, ତା’ଠାରୁ ଢେର ଅଧିକ ପାଲଟା ଆକ୍ରମଣ କରିଥିଲେ ସରକାରୀ ଦଳ ।

ଏଥିପାଇଁ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରକୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ତିନିଦିନିଆ ଡିଜିପି  ସମ୍ମିଳନୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମ ଭିତରେ କିଭଳି ଗୃହର ସୁରକ୍ଷାକୁ ଠିକ  ଭାବେ ଧ୍ୟାନ ଦିଆଯିବ, ତାହା ଡିଜିପି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ବରିଷ୍ଠ ଅଧିକାରୀ ଏବଂ ଭୁବନେଶ୍ବର ପୋଲିସ କମିଶନ ଏବଂ ଡିସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି। 

ବିଧାନସଭାର ଶୀତ କାଳିନ ଅଧିବେସନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାନସଭାରେ ନିୟୋଜିତ ହେବେ ୨୪ ପ୍ଲାଟୁନ ଫୋର୍ସ।  ଡିସିପିଙ୍କ ନେତୃତ୍ବରେ ୮ ଜଣ ଆଡିସିନାଲ ଡିସିପି ,  ୨ କମ୍ପାନି  ସିଆର୍‌ପିଏଫ , ୨ ୟୁନିଟ ସ୍ପେସାଲ ଟାକ୍ଟିକାଲ ୟୁନିଟ୍ , ୪ ପ୍ଲାଟୁନ ଏସଓଜି, ଡଗ ସ୍କାର୍ଡ, ବମ୍ବ ସ୍କାର୍ଡ , ସାଧା  ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀ ମାନେ ନିୟୋଜିତ ହେବେ। ବିଧାନସଭା ସମୟରେ ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରହିବ । ବିଧାନସଭା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୮ ଗୋଟି ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇଛି।