ଭୁବନେଶ୍ବର,୦୩/୧୨: ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି । ଦାବି ପୂରଣ ନ ହେବା ଯାଏ ଧାରଣା ଦେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ରାଲୀ କରିବା ସହ ଧାରଣା ଦେଇଛି ସଂଘ। ଗୋଟିଏ ଛାତ ତଳେ ପିଅନ ୫୦ ହଜାର, ଷ୍ଟାଫ୍ ନର୍ସ ୭୦ ହଜାର ଓ ଫାର୍ମାସିଷ୍ଟ ୮୦ ହଜାର ଟଙ୍କା ଦରମା ପାଉଥିବା ବେଳେ ଆୟୁଷ ଡାକ୍ତର ପାଉଛନ୍ତି ମାତ୍ର ୩୦ ହଜାର ଟଙ୍କା ମାସିକ ଦରମା। ଏଭଳି ଅସଙ୍ଗତିକୁ ନେଇ କ୍ଷୋଭ ପ୍ରକାଶ କରିଛି କମିଟି। ତେଣୁ ୧୦ଟି ଦାବି ରଖିଛି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ।
୧- ଦୀର୍ଘ ବର୍ଷର ଚୁକ୍ତିଭଭିକ ଚାକିରିର ସ୍ଥାୟୀ କରଣ ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ନିୟମିତ ଆୟୁଷ ଡାକ୍ତରଙ୍କ ଲାଗି ସମାନୁପାତିକ ହାରରେ ବର୍ଦ୍ଧିତ ଦରମା ପ୍ରଦାନ । ୧୧ ମାସିଆ ଚୁକ୍ତି ବ୍ୟବସ୍ଥା ର ସମ୍ପୂର୍ଣ ଉଛେଦିକରଣ।
୨. ରାଜ୍ୟର ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ବତନ୍ତ୍ର ଆୟୁଷ ବିଭାଗରେ ଆନ୍ତର୍ଭୁକ୍ତ କରାଯାଇ ଏବଂ ନିୟମିତ ଆୟୁଷ ଔଷଧ ଯୋଗାଣ ସହ ଆୟୁଷ ସହାୟକ ନିଯୁକ୍ତି ।
୩. ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସମାଜ ଓ ସମାନୁପାତିକ ଛୁଟି ବ୍ୟବସ୍ଥା ଭଳି ଦାବି ୧୦ ଟି ଦାବି ରଖିଛି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି । ପୂର୍ବରୁ ୨୦୨୨ ମସିହାରେ ୪୦ ଦିନ ଧାରଣା ଦେଇଥିଲା ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି।