ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଓ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ରହିଛି । କେନ୍ଦ୍ରରେ ବିଜେପି ସରକାରକୁ ୧୨ ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ୨ ବର୍ଷ ପୂରଣ ହୋଇଛି । କେନ୍ଦ୍ର ସରକାରର ୧୨ ବର୍ଷର ସଫଳତା ବଖାଣିବେ କେନ୍ଦ୍ରମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘୱାଲ । ସ୍ଵତନ୍ତ୍ର ଭାବେ ମିଡିଆ କନକ୍ଲେଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ମନ୍ତ୍ରୀ ମଣ୍ଡଳ ସଦସ୍ୟ ମଧ୍ୟ ରହିବେ । ରାଜ୍ୟ ବିଜେପି ପଦାଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବିଜେପି ପକ୍ଷରୁ ସଂକଳ୍ପପତ୍ର ଯାହା କୁହାଯାଉଥିଲା ତାହା ପୁରା କରାଯାଇଛି । ଯାହା ବାକି ଅଛି ଅଗ୍ରାଧିକାର ଭିତ୍ତିରେ ତାହା ପୁରା କରାଯିବ ।

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ କରିବେ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରରେ ଥିବା ବିଜେପି ସରକାର ୧୨ ବର୍ଷ ଭିତରେ କଣ କରିଛନ୍ତି । ଆସନ୍ତାକାଲି ତାର ହିସାବ ଦିଆଯିବ । ଏହାସହ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ବଖାଣିବେ ଦୁଇ ବର୍ଷର ସଫଳତା । ଦୁଇ ବର୍ଷ ଭିତରେ ରାଜ୍ୟରେ ଥିବା ବିଜେପି ୧୦୦ ପ୍ରତିଶତ କାମ କରିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

ଆସନ୍ତା ୧୨ ତାରିଖରେ ରାଜ୍ୟରେ ଥିବା ବିଜେପି ସରକାର ଦୁଇ ବର୍ଷ କାର୍ଯ୍ୟକାଳ ଭିତରେ କଣ କରିଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେବେ । ଏହାକୁ ନେଇ ରାଜ୍ୟର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସାଧାରଣ ଲୋକଙ୍କୁ ସମସ୍ତ ବିଷୟରେ ଅବଗତ କରାଯିବ । ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ସହିତ ମିଡିଆ କନକ୍ଲେଭ ହେବ ।

ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ହେବ । ବିଜେପି MP ନିଜ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିବେ । ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କରିବେ । ଟାଉନ୍ ହଲ ମିଟିଂ ହେବ । ଲୋକଙ୍କ ଚର୍ଚ୍ଚା ଆଲୋଚନା ହେବ । ମା ପାଇଁ ଗଛ ଟିଏ, ସ୍ୱଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମ ହେବ । ତେବେ ଏଭଳି ଭାବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ରାଜ୍ୟ ଅନୁଷ୍ଠିତ ହେବ ।

ଏହାସହ ପଢ଼ନ୍ତୁ : Mission Shakti : ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା, ଟ୍ରେନିଂ ଦେବେ IIT ପ୍ରଫେସର