ଭୁବନେଶ୍ବର; ୯/୧: ଆପଣ, ପରିବାରର କୌଣସି ମୃତ ବ୍ୟକ୍ତି ନାଁରେ ରାସନ ଉଠାଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ୍। ନେହେଲ ସରକାରଙ୍କ ଯୋଗାଣ ବିଭାଗର ସ୍କାନରରେ ଧରାପଡ଼ିବେ ଆପଣ। କଣ୍ଟ୍ରୋଲରୁ ଯେତିକି ଚାଉଳ ଉଠାଇଥିବେ ତାର ମୂଲ୍ୟର ଦେଢଗୁଣା ଜରିମାନା ଭରିବେ। ଏଥିପାଇଁ ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶରେ ସଂଶୋଧନ ଆଣିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ଟି ବିଭାଗରେ ୧୧ ପ୍ରସ୍ତାବକୁ ହଁ ମାରିଛି କ୍ୟାବିନେଟ୍। ଏସମ୍ପର୍କରେ ବିଶେଷ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ସେହିପରି "ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି- ୨୦୨୬" କୁ ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ଏହା ରାଜ୍ୟର ଭିଜନ ଯୋଜନା ୨୦୩୬ ଏବଂ ୨୦୪୭ ସହିତ ସମନ୍ୱୟ ପରିପ୍ରେକ୍ଷିରେ ଏକ ପ୍ରମୁଖ ସଂସ୍କାର ପଦକ୍ଷେପ ନିଆଯାଇଛି । ବ୍ୟବସାୟିକ ସହଜତାକୁ ଉନ୍ନ‌ତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ମାନଦଣ୍ଡ ଭଳି ୩ ତାରକା ଏବଂ ତଦୁର୍ଦ୍ଧ ହୋଟେଲ ଏବଂ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସଂଶୋଧନଗୁଡ଼ିକ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଉପରେ ଆଧାରିତ ଅଟେ । ରାଜ୍ୟଗୁଡ଼ିକ ମଧ୍ୟରେ ନିବେଶ ପ୍ରତିଯୋଗିତାକୁ ବୃଦ୍ଧି କରିବା, ସ୍ଥାୟୀ ଏବଂ ଅନୁଭୂତି ମୂଳକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ରାଜ୍ୟବ୍ୟାପୀ ସନ୍ତୁଳିତ ଆଞ୍ଚଳିକ ବିକାଶ ସୁନିଶ୍ଚିତ କରିବା ଏହି ସଂଶୋଧୃତ ନୀତିର ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡର ସମନ୍ବିତ ସୌର ଉତ୍ପାଦନ ସୁବିଧାକୁ ଓଡ଼ିଶା କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ କ୍ୟାବିନେଟ ଆଜି ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ (TPREL) ଦ୍ବାରା ଏକ ସମନ୍ବିତ ଇନଗଟ୍-ୱେଫର ଏବଂ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପକୁ ଓଡ଼ିଶାର ଟାଟା ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ର (SEZ)ରେ ସ୍ଥାପନ ପାଇଁ ଅନୁମୋଦନ କରିଛନ୍ତି । ରାଜ୍ୟରେ ଏହା ପ୍ରଥମ ପ୍ରକାରର ସୌର ଉତ୍ପାଦନ ସୁବିଧା ଭାବରେ ପ୍ରତିଷ୍ଠା ହେବ, ଏବଂ ଏହା ଇନଗଟ୍ ଏବଂ ୱାଫର ନିର୍ମାଣ ଠାରୁ ସୌର ସେଲ୍ ଉତ୍ପାଦନ ପର୍ଯ୍ୟନ୍ତ value chain କୁ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ବିକଶିତ ହେବ ଏବଂ ଏହାର ସାମଗ୍ରିକ କ୍ଷମତା 10 GW ଜନଗଚ୍-ୱେଫଳ ଏବଂ 5 GW ସୌର ଦେଲ୍‌ ଉତ୍ପାଦନ ହେବ । ପ୍ରାୟ ୧୦ ହଜାର କୋଟି ନିବେଶ ସହିତ, ଏହା ୫୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯେଉଁଥିରେ ଉଚ୍ଚ-ଦକ୍ଷତା-କୁଶଳୀ ନିଯୁକ୍ତିର ଏକ ଗୁରୁତ୍ୱପୂର୍ଣ ଅଂଶ ହେବ, ଏକ ଆକ୍ଷୟ ଶକ୍ତି ଉତ୍ପାଦନର ଅନୁକୂଳ ପରିବେଶ ସୃଷ୍ଟି କରି ଡାଇନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ନିବେଶକୁ ସୁଲଭ କରିବ ।

ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (OSDP)ର ଦ୍ଵିତୀୟ ପର୍ଯ୍ୟୟକୁ ଅନୁମୋଦନ କରିଛି । ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ସୃଷ୍ଟି ପାଇଁ ବିଶ୍ବ ଦକ୍ଷତା କେନ୍ଦ୍ରର ପ୍ରମୁଖ ସମ୍ପ୍ରସାରଣ ଏବଂ ସରକାରୀ ITI ଗୁଡ଼ିକର ଉନ୍ନତିକରଣ କରାଯିବ। ଏହି ପ୍ରବନ୍ଧରେ ଭୁବନେଶ୍ବରରେ ଥିବା ବିଶ୍ଵ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହିତ ନୂତନ ପାଠ୍ୟକ୍ରମ ଯଥା ଲଜିଷ୍ଟିକ୍ସ, ଟିଭିଟାନ୍ ଆନିମେସନ୍ ଏବଂ ସ୍ୱାସ୍ଥ୍ୟସେବା ର ପ୍ରଚଳନ ହେବା ଏହା ସମେତ ତିନୋଟି ନୂତନ କ୍ୟାମ୍ପସ୍ ପ୍ରତିଷ୍ଠା ହେବ । ୬୦ ହଜାରରୁ ଅଧ‌ିକ ଯୁବକକୁ ଉପକୃତ କରିବ ବୋଲି ଆଶା କରାଯାଉଛି । ପ୍ରକଳ୍ପ ପାଇଁ ମୋଟ ଅନୁମୋଦିତ ବ୍ୟୟ ଅଟକଳ ୧୧୪୦  କୋଟି ରଖା ଯାଇଛି ।