ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିବ ଜନତା ଦରବାର, ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

Published By : Prameya | May 19, 2025 7:52 AM

ଭୁବନେଶ୍ୱର,୧୯/୦୫:  ସୋମବାର ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ତେବେ ୟୁନିଟ୍‌-୫ ଅଭିଯୋଗ ଶୁଣାଣି  ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ବିଦ୍ୟାଳୟ ପରିସର(କ୍ୟାପିଟାଲ  ନର୍ସରୀ ନିକଟ)ରେ ନୂତନ ଗୃହରେ ଜନଶୁଣାଣି କରାଯିବ । ତେବେ ଖରା ଯୋଗୁ ସକାଳ ୮ଟାରୁ ଜନଶୁଣାଣି  ଆରମ୍ଭ ହେବ । ତେଣୁ ସକାଳ  ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ  ପରିସରରେ ପହଞ୍ଚିବାକୁ ପଡିବ । ଅଭିଯୋଗକାରୀ ଆସିବା ବେଳେ  ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର  ଆଣିବାକୁ ପଡ଼ିବ ।

ସୂଚନାଯୋଗ୍ୟଯେ,  ଜନଶୁଣାଣି ପାଇଁ ୧୬ ତାରିଖଠାରୁ  ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ  ହୋଇଥିଲା । ସର୍ବାଧିକ ୧୦୦୦  ଜଣ ସେମାନଙ୍କ ନାଁ ପଞ୍ଜୀକରଣ  କରିପାରିବେ ବୋଲି ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗ ପକ୍ଷରୁ କୁହାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.