ଭୁବନେଶ୍ୱର,୧୯/୦୫:  ସୋମବାର ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ତେବେ ୟୁନିଟ୍‌-୫ ଅଭିଯୋଗ ଶୁଣାଣି  ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ବିଦ୍ୟାଳୟ ପରିସର(କ୍ୟାପିଟାଲ  ନର୍ସରୀ ନିକଟ)ରେ ନୂତନ ଗୃହରେ ଜନଶୁଣାଣି କରାଯିବ । ତେବେ ଖରା ଯୋଗୁ ସକାଳ ୮ଟାରୁ ଜନଶୁଣାଣି  ଆରମ୍ଭ ହେବ । ତେଣୁ ସକାଳ  ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ  ପରିସରରେ ପହଞ୍ଚିବାକୁ ପଡିବ । ଅଭିଯୋଗକାରୀ ଆସିବା ବେଳେ  ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର  ଆଣିବାକୁ ପଡ଼ିବ ।

ସୂଚନାଯୋଗ୍ୟଯେ,  ଜନଶୁଣାଣି ପାଇଁ ୧୬ ତାରିଖଠାରୁ  ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ  ହୋଇଥିଲା । ସର୍ବାଧିକ ୧୦୦୦  ଜଣ ସେମାନଙ୍କ ନାଁ ପଞ୍ଜୀକରଣ  କରିପାରିବେ ବୋଲି ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗ ପକ୍ଷରୁ କୁହାଯାଇଥିଲା ।