ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ଅତିରିକ୍ତ ବଜେଟ ଆଗତ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନରେ ଆଜି (ଶୁକ୍ରବାର) ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଆର୍ଥିକ ବର୍ଷରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି। ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଏହାସହ ମଧ୍ୟ ପଢନ୍ତୁ : ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ; କେଉଁ ବିଭାଗକୁ କେତେ ଜାଣନ୍ତୁ?

ଆସନ୍ତୁ ନଜର ପକାଇବା -

- ସୁଭ ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

- ଅଙ୍ଗନୱାଡି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବି ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

- ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତ ମୂଳକ ନଗଦ ହସ୍ତାନ୍ତର ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

- ICDS ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ ୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

- କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ବାବଦକୁ ୪୧ କୋଟି ବ୍ୟୟ ବରାଦ କରାଯାଇଛି।

- ପିତାମାତାହୀନ, ଏକାକୀ ପିତାମାତା ଏବଂ ଅବହେଳିତ ପିଲାମାଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

- ଶକ୍ତି ସଦନ (ସାମର୍ଥ) ପାଇଁ ୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 

- ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା।

- ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ ୪୨୬ କୋଟି ଟଙ୍କାର ବ୍ୟବସ୍ଥା।