ଭୁବନେଶ୍ବର,୨୮/୧୧: ରାଜ୍ୟ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ 
ମାଝୀ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି। ଶୁକ୍ରବାର ବିଧାନସଭାର ଦ୍ବିତୀୟାର୍ଦ୍ଧ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ସରକାରୀ ଯୋଜନା, ଉନୟନମୁଳକ କାର୍ଯ୍ୟକ୍ରମ ବାବଦରେ ୧୩,୭୧୬ କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ ୩,୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।