ଭୁବନେଶ୍ୱର,୨୪/୮ : ସୋମବାର ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ଆରମ୍ଭ ହେବ କସରତ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୈଠକରେ ଅଧ୍ୟକ୍ଷତା କରିବେ।
ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମହାସଚିବ କେ ସି ବେନୁଗୋପାଳ ମଧ୍ୟ ଯୋଗ ଦେବେ। ତେବେ ଏହି ବୈଠକରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ପ୍ରମୁଖଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଏହା ସହିତ "ସଂଗଠନ ସୃଜନ" ପାଇଁ ଏଆଇସିସି ପକ୍ଷରୁ ନିଯୁକ୍ତ ହୋଇଥିବା ୩୫ଜଣ ପର୍ଯ୍ୟବେକ୍ଷକ ମଧ୍ୟ ବୈଠକରେ ରହିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।