ଭୁନେବଶ୍ବର, ୦୨/୦୫: ସମ୍ଭାବ୍ୟ ବାତ୍ୟା ଆକଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ । ବାତ୍ୟା, ବନ୍ୟା ଏବଂ ହିଟ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା । ଏପ୍ରିଲ ମାସରେ ଝଡ଼ ପବନ ହୁଏ । ମେ’ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଆକଳନ କରିନାହିଁ । ଛୋଟ ମୋଟ ଏଜେନ୍ସି ଏଭଳି ଆକଳନ କରିଛି । ଏଭଳି ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ଏବଂ ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ । IMD ପକ୍ଷରୁ କ’ଣ ତଥ୍ୟ ଆସିବ ଆମେ ଅପେକ୍ଷା କରୁଛୁ । ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ।
ସେପଟେ ଦେଶର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ। ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମେ ୭ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ମେ ମାସର ଦ୍ୱିତୀୟ ଏବଂ ଚତୁର୍ଥ ସପ୍ତାହରେ ଉତ୍ତର-ପଶ୍ଚିମ ଭାରତରେ ଦିନର ତାପମାତ୍ରା ଅଧିକ ରହିବ। ତେବେ ବ୍ୟାପକ ଜଳବାୟୁ ପରିସ୍ଥିତି ଚିନ୍ତାଜନକ ରହିଛି। ମେ, ଜୁନ୍ ଏବଂ ଜୁଲାଇ ମାସରେ ଏଲ୍ ନିନୋ ଘଟଣା ଘଟିବାର ୬୦% ସମ୍ଭାବନା ଅଛି। ଏଲ୍ ନିନୋ ପରିସ୍ଥିତି ମୌସୁମୀ ଋତୁ ସାରା ଏବଂ ବର୍ଷର ଶେଷ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ଏହା ଦ୍ଵାରା ଭାରତର ମୌସୁମୀ ବର୍ଷାକୁ ହ୍ରାସ ପାଇବ।
ଅଧିକ ପଢନ୍ତୁ- Weather Update : ବଦଳିବ ପାଗର ମିଜାଜ୍, ତାତିରୁ ମିଳିବ ଆଶ୍ଵସ୍ତି, ଝଡ଼ବର୍ଷା ନେଇ IMDର ଆକଳନ