ଭୁବନେଶ୍ବର, ୧୮/୦୫: ଓଡ଼ିଶାରେ ଏଥର ୟୁପି ଷ୍ଟାଇଲ୍ । କଡ଼ାକଡ଼ି ହେବ ଆଇନଶୃଙ୍ଖଳା ବ୍ୟବସ୍ଥା । ରାଜ୍ୟରେ ଅପରାଧୀଙ୍କ ପାଇଁ ସ୍ଥାନ ନାହିଁ । ଏଣିକି ଅପରାଧା ଘଟାଇଲେ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ହେବ । ରାଜ୍ୟରେ ବିଗିଡିଥିବା ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଏଭଳି କିଛି କଡ଼ା ଚେତାବନୀ ଦେଇଛନ୍ତି ।

ଅପରାଧ ଓ ଅପରାଧୀଙ୍କ ପ୍ରତି ଜିରୋ ଟୋଲରେନ୍ସ ନୀତିର ମେସେଜ ଦେଇଛନ୍ତି। ବାଲିଅନ୍ତାରୁ ବ୍ରହ୍ମପୁର, ରାୟଗଡ଼ାରୁ ନୟାଗଡ଼ ଆଦି ଗୋଟିଏ ପରେ ଗୋଟିଏ ଘଟଣା, ଯେମିତି ପୁଲିସକୁ ଚ୍ୟାଲେଞ୍ଜ ଦେଇଥିଲା, ସେଥିରୁ ରାଜ୍ୟ ପୁଲିସ ନିଜ ଆଭିମୁଖ୍ୟକୁ ଶକ୍ତ କରିଛି। ୫ ଦିନରେ ୧,୭୭୧ ୱାରେଣ୍ଟ ଡ୍ରାଇଭ୍ କରାଯାଇଛି। ୬ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି।

ସେହିଭଳି ସ୍ପେଶାଲ୍ ଇଣ୍ଟଲିଜେନ୍ସ ଦ୍ଵାରା ଜେଲ୍ ଫେରାନ୍ତଙ୍କ ଉପରେ ରହିଛି କଡ଼ା ନଜର। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା,ଗୋଚାଲାଣ କ୍ଷେତ୍ରରେ ୫ଟି ସଡ଼କ ସୁରକ୍ଷା ପାଇଁ ଅମାନିଆ ଚାଳକଙ୍କ ଉପରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହିତ ସାରା ରାଜ୍ୟରେ କୁଖ୍ୟାତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଆଚରଣ ଉପରେ ନଜର ରହିଛି। ଯଦି କେହି ବନ୍ଧୁକ ଉଠାଏ ତେବେ ପୁଲିସ ୟୁପି ଷ୍ଟାଇଲରେ ସିଧା ସିଧା ଏନକାଉଣ୍ଟର କରିବ ବୋଲି ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ।

ଅଧିକ ପଢ଼ନ୍ତୁ- Police Raid Kendujhar :ବାଲି ମାଫିଆଙ୍କ ସାମ୍ରାଜ୍ୟ ଉପରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ନଗଦ ସହ ୩୦ରୁ ଅଧିକ ଗାଡ଼ି ଜବତ