ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ବଡ଼ଗଡ଼ର ବଡ଼ ଗଣେଶ: ୬୧ ଫୁଟ ଉଚ୍ଚତାର ଗଜାନନଙ୍କ ୪ ଫୁଟର ରୁପା ବାହନ

Published By : Manoj | August 25, 2025 12:09 PM

ଭୁବନେଶ୍ୱର,୨୫/୦୮: ଓଡ଼ିଶା ପ୍ରସିଦ୍ଧ ବଡ଼ଗଡ଼ ବଡ଼ ଗଣେଶଙ୍କ ନିର୍ମାଣ କାର୍ଯ୍ୟ ଜାରି  ରହିଛି । ୬୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳ ମୂର୍ତ୍ତି ପାଇଁ ସୁନ୍ଦର ମୂଷା ନିର୍ମିତ ହୋଇଛି । ଚଳିତ ଥର ଗଜାନନଙ୍କ ପଦ ମଣ୍ଡନ କରିବେ ତାଙ୍କ ଆଦରର  ବାହନ ରୁପାରେ ତିଆରି ମୂଷା । ଏହା ସହିତ ଠାକୁରଙ୍କୁ  ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଭକ୍ତଗଣକୁ ପ୍ରତିବର୍ଷ ନୂଆ ନୂଆ ସାଜସଜ୍ଜା ଭେଟି ଦିଆଯିବ ବୋଲି ଗଣେଶ ମହୋତ୍ସବ କମିଟିର ସଭାପତି ସଂଗ୍ରାମ ମାର୍ଥା କହିଛନ୍ତି । 

ଗତ ବର୍ଷ ବଡ଼ ଗଣେଶଙ୍କ ପାଦ ନିକଟରେ  ବିରାଜିତ ହୋଇଥିଲେ ମାଟି ଓ ପ୍ଲାଷ୍ଟର୍‌ ପ୍ୟାରିସ ନିର୍ମିତ ବାହନ । ଏଥର ବଡ଼ଗଡ଼ ଗ୍ରାମବାସୀ ଓ ମହୋତ୍ସବ କମିଟିର ସଦସ୍ୟ ଗଣ ଆଉ ପାଦେ ଆଗକୁ ଯାଇଛନ୍ତି । ମାଟି ମୂଷାକୁ ସମ୍ପୂର୍ଣ ପରିବର୍ତ୍ତନ କରି ରୁପାରେ ମୂଷା ତିଆରି କରିଛନ୍ତି । ଚାରି ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ମୂଷାକୁ କଟକର ତାରକସୀ କାରିଗର ସଞ୍ଜୟ ମହାରଣା ନିର୍ମାଣ କରିଛନ୍ତି । ଏହି  ରୁପା ମୂଷାରେ ପାଞ୍ଚ କେଜି ରୁପା ଲାଗିଛି । ବଡ଼ଗଡ଼  ଗ୍ରାମବାସୀ, କମିଟିର ସଦସ୍ୟ ଗଣ ଓ ବଦାନ୍ୟ  ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ଏହି ରୁପା ମୂଷା ଯୋଗାଡ଼ ହୋଇପାରିଛି । ପୂଜା ଅବସରରେ ଏହି  ମୂଷା ଗଣେଶଙ୍କ ପାଦ ନିକଟରେ ବସିବ । ଦର୍ଶନ  କରିବାକୁ ଆସୁଥିବା ଭକ୍ତମାନେ ଏହି ରୁପା ମୂଷାକୁ ସ୍ପର୍ଶ କରି ପାରିବେ । ତା’ ସହିତ ମୂଷା ପାଖରେ  ଶ୍ରଦ୍ଧାଳୁ ମାନେ ତାଙ୍କ ନିଜ ମୋବାଇଲ ମାଧ୍ୟମରେ  ସେଲ୍‌ଫି ନେଇ ପାରିବେ । ଚଳିତ ମହାତ୍ସବରେ ଏହି ରୂପା ନିର୍ମିତ ମୂଷା ବିଶେଷ ଆକର୍ଷଣ ସାଜିବ ବୋଲି  ଗ୍ରାମବାସୀ, ମହୋତ୍ସବର ଆୟୋଜକ ଓ ବ୍ରାଇଟ ଷ୍ଟାର ୟୁଥ୍‌ ଆସୋସିଏସନ୍‌ କର୍ମକର୍ତ୍ତାମାନେ ଆଶା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.