ଭୁବନେଶ୍ଵର, ୦୧/୦୪ : ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ବ। ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ। ଯୋଜନା କମିଟିରେ ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିଛି। ମନ୍ତ୍ରୀ କିମ୍ବା ବିଧାୟକମାନେ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହି ଯୋଜନା କମିଟି ପାଇଁ ୩୦ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।