କଟକ,୧୪/୦୧: ଓଡ଼ିଶା  ହାଇକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ  ଆସନ୍ତା ୧୯ ତାରିଖରେ ଅବସର  ଗ୍ରହଣ କରିବେ । ମକର ସଂକ୍ରାନ୍ତି  ପାଇଁ ହାଇକୋର୍ଟ ଛୁଟି ରହୁଥିବାରୁ  ବୁଧବାର, ଗୁରୁବାର ଏବଂ  ଶୁକ୍ରବାର ତିନିଦିନ ପାଇଁ ସେ ଅଦାଲତରେ ମାମଲାର  ଶୁଣାଣି କରିବେ । ୧୮ ତାରିଖ ଶନିବାର ଥିବାରୁ ତାଙ୍କୁ  ଶୁକ୍ରବାର ହାଇକୋର୍ଟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା  ଦେବାର କାର୍ଯ୍ୟକ୍ରମ ରହିଛି ।  

ଜଷ୍ଟିସ୍‌ ଶରନ୍‌ ସିଂ ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଥିଲେ । ପଦୋନ୍ନତି  ପାଇ ୨୦୨୪ ଫେବ୍ରୁଆରୀ ୭ରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ । ଗୋଟେ ବର୍ଷରୁ କମ୍‌ ସମୟ ଧରି ମୁଖ୍ୟ ବିଚାରପତି ପଦରେ  ରହିଥିଲେ ମଧ୍ୟ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଛନ୍ତି । ଥାନାରେ ସିସିଟିଭି ଲାଗିବା, ଜେଲ୍‌ ସଂସ୍କାର, ହାତୀଙ୍କୁ ସୁରକ୍ଷା, ଶିକ୍ଷାନୁଷ୍ଠାନର ମୌଳିକ ସୁବିଧା ପ୍ରଦାନ  ଆଦି ଅନେକ ମାମଲାରେ ସେ ଆଦେଶ ଦେଇଛନ୍ତି ।