ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆସନ୍ତା ୧୯ରେ ଅବସର ନେବେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ

Published By : Prameya | January 14, 2025 12:09 PM

କଟକ,୧୪/୦୧: ଓଡ଼ିଶା  ହାଇକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ  ଆସନ୍ତା ୧୯ ତାରିଖରେ ଅବସର  ଗ୍ରହଣ କରିବେ । ମକର ସଂକ୍ରାନ୍ତି  ପାଇଁ ହାଇକୋର୍ଟ ଛୁଟି ରହୁଥିବାରୁ  ବୁଧବାର, ଗୁରୁବାର ଏବଂ  ଶୁକ୍ରବାର ତିନିଦିନ ପାଇଁ ସେ ଅଦାଲତରେ ମାମଲାର  ଶୁଣାଣି କରିବେ । ୧୮ ତାରିଖ ଶନିବାର ଥିବାରୁ ତାଙ୍କୁ  ଶୁକ୍ରବାର ହାଇକୋର୍ଟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା  ଦେବାର କାର୍ଯ୍ୟକ୍ରମ ରହିଛି ।  

ଜଷ୍ଟିସ୍‌ ଶରନ୍‌ ସିଂ ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଥିଲେ । ପଦୋନ୍ନତି  ପାଇ ୨୦୨୪ ଫେବ୍ରୁଆରୀ ୭ରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ । ଗୋଟେ ବର୍ଷରୁ କମ୍‌ ସମୟ ଧରି ମୁଖ୍ୟ ବିଚାରପତି ପଦରେ  ରହିଥିଲେ ମଧ୍ୟ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଛନ୍ତି । ଥାନାରେ ସିସିଟିଭି ଲାଗିବା, ଜେଲ୍‌ ସଂସ୍କାର, ହାତୀଙ୍କୁ ସୁରକ୍ଷା, ଶିକ୍ଷାନୁଷ୍ଠାନର ମୌଳିକ ସୁବିଧା ପ୍ରଦାନ  ଆଦି ଅନେକ ମାମଲାରେ ସେ ଆଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.