ଭୁବନେଶ୍ୱର,୦୧/୧୦: ଓଡ଼ିଶା  ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ସୁବାସ  ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)  ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ସେ ବିଶ୍ୱବିଦ୍ୟାଳୟକୁ ଆସିଥିଲେ ।  ପ୍ରଫେସର ନାୟକ ସୋଆ ପରିଚାଳିତ ଆଇନ  ମହାବିଦ୍ୟାଳୟ ସୋଆ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ ଲ (ସ୍ନିଲ୍‌) ପାଠ୍ୟକ୍ରମ, ଶୈକ୍ଷିକ ବ୍ୟବସ୍ଥା  ଓ ଭିତ୍ତିଭୂମି ବିଷୟରେ ଜଷ୍ଟିସ୍‌ ପରିଜାଙ୍କୁ  ଅବଗତ କରିଥିଲେ । ସ୍ନିଲ୍‌ର ଶିକ୍ଷା ବ୍ୟବସ୍ଥା ଓ ଗୁଣବତ୍ତାକୁ କିଭଳି ଉନ୍ନତ କରାଯାଇପାରିବ ଓ  ଏହି ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦିତ  କରିପାରିବ ସେ ବିଷୟରେ ଜଷ୍ଟିସ୍‌ ପରିଜା  ଦିଗଦର୍ଶନ ଦେଇଥିଲେ । ଗତବର୍ଷ ସେ ସ୍ନିଲ୍‌  ପରିଦର୍ଶନରେ ଆସି ଏହାର ମୁଟକୋର୍ଟ କମ୍ପେ୍ଲକ୍ସକୁ  ଉଦ୍‌ଘାଟନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସ୍ନିଲ୍‌  ଚଳିତବର୍ଷ ଏନ୍‌ଆଇଆର୍‌ଏଫ୍‌ରେ ଦେଶରେ  ନବମ ସ୍ଥାନ ଅଧିକାର କରିଛି ।