ଭୁବନେଶ୍ଵର ୧୬।୪: ଲକ୍ଷପତି ଦିଦି ସୃଷ୍ଟି କରିବାରେ ଭାରତ ବର୍ଷରେ ଓଡ଼ିଶା ପ୍ରଥମ । ଅନୁମୋଦିତ ଲକ୍ଷ୍ୟର ୮୨ ପ୍ରତିଶତ ପୂରଣ କରିଛି ଓଡିଶା । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା ଲକ୍ଷପତି ଦିଦି ଯୋଜନାରେ ଓଡିଶା ପ୍ରଥମ ସ୍ଥାନ ହାସଲ କରିଛି ।
ଓଡିଶାରେ ୧୪ ଲକ୍ଷ ରୁ ଅଧିକ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି । ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି । ଏହି ପ୍ରୟାସକୁ ଓଡିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ ଓଏଲଏମ ଦ୍ବାରା କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଏନଆରଏଲଏମ ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି ।