ଭୁବନେଶ୍ୱର,୧୦/୧୨: ରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ। ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଭୁବନେଶ୍ବର ଲୋୟର୍ ପିଏମ୍ଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ । ନିୟମିତ ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଅଭିଯୋଗ।
ତେବେ ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହାଜରରୁ ଉର୍ଦ୍ଧ୍ବ କାର୍ଯ୍ୟରତ । ତଥାପି ସରକାରଙ୍କର କୃପା ଦୃଷ୍ଟି ପଡିଲା ନାହିଁ । ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ରାଜ୍ୟରେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ । ହେଲେ ୪ ମାସ ବିତିଯାଇଥିଲେ ସୁଦ୍ଧା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବାହାରୁନାହିଁ ସରକାରୀ ନିର୍ଦ୍ଦେଶନାମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ । ସେଥିପାଇଁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍ଜିରେ ଧାରଣାରେ ସଂଘ ବସିଥିବା ନେଇ ସୂଚନା ମିଳିଛି ।