ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏପ୍ରିଲ୍‌ରେ ଓଡ଼ିଶା ପୁଲିସ୍‌ ସଂଘ ନିର୍ବାଚନ, ୯ ବର୍ଷ ପରେ ପାଇବେ ମତଦାନ ସୁଯୋଗ

Published By : Prameya | March 12, 2025 2:42 PM

କଟକ, ୧୨/୦୩: ଦୀର୍ଘ ୯ ବର୍ଷ ପରେ ଓଡ଼ିଶା ପୁଲିସ ଆସୋସିଏସନ୍‌ ନିର୍ବାଚନ  ହେବ । ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ସଂଘ ନିର୍ବାଚନ କରାଇବାକୁ ପୁଲିସ୍‌ ମୁଖିଆ ରାଜି ହୋଇଛନ୍ତି । ଚଳିତ ବିଧାନସଭା ଅଧିବେଶନ ଶେଷ ହେବା ପରେ ନିର୍ବାଚନ ଆୟୋଜନ କରାଇବା ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି । ନିର୍ବାଚନ  ହେବା ପାଇଁ ଅନୁମତି ମିଳିଯାଇଥିବାରୁ  ପୁଲିସ୍‌ ବାହିନୀରେ ଏଏସ୍‌ଆଇ, ଏସ୍‌ଆଇ ଓ  ଇନ୍ସପେକ୍ଟରମାନେ ସେମାନଙ୍କ ମତ ସାବ୍ୟସ୍ତ  ଅଧିକାର ଫେରିପାଇଛନ୍ତି ବୋଲି କହିଛନ୍ତି ।  

ପୁଲିସ୍‌ ବାହିନୀରେ ଏଏସ୍‌ଆଇ,  ଏସ୍‌ଆଇ, ଇନ୍ସପେକ୍ଟରମାନଙ୍କୁ ନେଇ ଓଡ଼ିଶା  ପୁଲିସ୍‌ ସଂଘ ରହିଛି । ସଂଘର ନିର୍ବାଚନ ପ୍ରତି  ୨ ବର୍ଷରେ ଥରେ ଅନୁଷ୍ଠିତ ହେବା ପାଇଁ  ବ୍ୟବସ୍ଥା ରହିଛି । ୨୦୧୬ରେ ଶେଷ ଥର  ପାଇଁ ରାଜ୍ୟରେ ଓଡ଼ିଶା ପୁଲିସ୍‌ ସଂଘ ନିର୍ବାଚନ  ହୋଇଥିଲା । ମାତ୍ର ଏହାର ୨ ବର୍ଷ ପରେ  ସଂଘର ନିର୍ବାଚନ କରାଇ ଦିଆଯାଇ ନଥିଲା ।  ପୁଲିସ ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀ  ବିଭିନ୍ନ ଆଳ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ଅନୁମତି ଦେଇନଥିଲେ । ଭିନ୍ନଭିନ୍ନ ସମୟରେ  ଡିଜି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପୁଲିସ୍‌  ପ୍ରତିନିଧିମଣ୍ଡଳୀ ଭେଟି ଦାବି ଜଣାଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିଲେ । ବାବୁଙ୍କ ନାଲି ଆଖି, କାର୍ଯ୍ୟନୁଷ୍ଠାନ ଚେତାବନୀ  ଭୟରେ ପ୍ରାୟ ଆଗକୁ ଆଉ କେହି ମୁଣ୍ଡ  ଉଠାଉ ନଥିଲେ । ଫଳରେ ସଂଘ ନିର୍ବାଚନରେ  ଏକରକମ ଯବନିକା ପଡ଼ିଥିଲା । ଏବେ  ରାଜ୍ୟରେ ରାଜନୈତିକ ସ୍ଥିତି ବଦଳିବା ପରେ  ପୁଲିସ ପ୍ରତିନିଧିମାନେ ନିର୍ବାଚନ କରାଇବାକୁ  ମନ ବଳାଇଥିଲେ । ପୁଲିସ୍‌ ଅଫିସରମାନଙ୍କ  ନିର୍ବାଚନ ଦାବିପତ୍ରକୁ ଏବେକାର ପୁଲିସ ଡିଜି  ଗ୍ରହଣ କରି ସବୁଜ ସଙ୍କେତ ଦେବା ପରେ  ସଂଘର ନିର୍ବାଚନ ପାଇଁ ଏବେ ବାଟ ଫିଟିଛି ।  ଫଳରେ ୧୫ ହଜାରରୁ ଅଧିକ ଅଫିସର  ସେମାନଙ୍କ ନିର୍ବାଚନୀ ପ୍ରକ୍ରିୟାରେ ମତ ସାବ୍ୟସ୍ତ  କରିବାର ଅଧିକାରକୁ ଫେରିପାଇଛନ୍ତି । 

ସଂଘର ନିର୍ବାଚନ ହେଲେ ରାଜ୍ୟରେ  ୩୪ ପୁଲିସ୍‌ ଜିଲ୍ଲା ସମେତ କ୍ରାଇମ୍‌ବ୍ରାଞ୍ଚ,  ଭିଜିଲାନ୍ସ, ସ୍ପେସାଲ୍‌ ବ୍ରାଞ୍ଚ, ପୁଲିସ୍‌ ଟ୍ରେନିଂ  ସ୍କୁଲ୍‌/କଲେଜ୍‌, ଏଚ୍‌ଆର୍‌ପିସି, ପୁଲିସ୍‌  ମୁଖ୍ୟାଳୟ ଆଦି ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟରତ  ଏଏସ୍‌ଆଇ ପାହ୍ୟାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ  ସିଧାସଳକ ମତଦାନ ସୁଯୋଗ ପାଇବେ । ଏହି ନିର୍ବାଚନ ପ୍ରକ୍ରିୟାରେ ସଭାପତି ପଦ  ପାଇଁ ସିଧାସଳଖ ମତଦାନ ହେବ । ବାକି  ଉପସଭାପତି, ସମ୍ପାଦକ, ସଂଗଠନ ସମ୍ପାଦକ, କୋଷାଧ୍ୟକ୍ଷ ନିର୍ବାଚନ ପରୋକ୍ଷ ମତଦାନ  ପ୍ରକ୍ରିୟାରେ ହେବ । ସଭାପତି ପଦ ପାଇଁ  ପତ୍ୟେକ୍ଷ ଦାନ ବ୍ୟବସ୍ଥାରେ ରାଜ୍ୟରେ ୭  ହଜାରରୁ ଅଧିକ ଏଏସ୍‌ଆଇ, ୬ ହଜାରରୁ  ଅଧିକ ଏସ୍‌ଆଇ ଓ ୧୫୦୦ ଇନ୍ସପେକ୍ଟର ଜିଲ୍ଲା  ସ୍ତରରେ ସିଧାସଳଖ ଭୋଟଦେଇ ସେମାନଙ୍କ  ପସନ୍ଦର ସଭାପତିଙ୍କୁ ନିର୍ବାଚିତ କରାଇବେ ।  

ସମ୍ପାଦକ ସହ ଅନ୍ୟ ପଦବି ପାଇଁ ଜିଲ୍ଲାସ୍ତରରୁ  ରିଜର୍ଭ ଇନ୍ସପେକ୍ଟରଙ୍କ ଦ୍ୱାରା ଚୟନ ହୋଇ  ଆସିଥିବା ପ୍ରାୟ ୬୫୦ ଜଣ ସଦସ୍ୟମାନଙ୍କୁ  ନେଇ ସେଣ୍ଟ୍ରାଲ୍‌ ଏକଜ୍ୟୁକ୍ଟିଭ୍‌ କମିଟି (ସିଇସି)  ନିର୍ବାଚନ ହେବ । ସିଇସିରେ ନିର୍ବାଚିତ ୧୪  ଜଣ ସଦସଙ୍କ ମଧ୍ୟରେ ଉପସଭାପତି,  ସମ୍ପାଦକ, ସଂଗଠନ ସମ୍ପାଦକ, କୋଷାଧ୍ୟକ୍ଷ  ପଦବି ପାଇଁ ନିର୍ବାଚିତ ହେବ । ଓଡ଼ିଶା ପୁଲିସ୍‌  ସଂଘର ଏହି ନିର୍ବାଚନ ଏଏସ୍‌ଆଇ, ଏସ୍‌ଆଇ,  ଇନ୍ସପେକ୍ଟରମାନଙ୍କର ଏକ ଅଧିକାର । ଏହି  ଅଧିକାର ବଳରେ ସମ୍ପୃକ୍ତ ଅଫିସରମାନେ  ବ୍ୟକ୍ତିଗତ ସମସ୍ୟା କିମ୍ବା ସେମାନଙ୍କ ସାମୂହିକ  ସମସ୍ୟାର ସମାଧାନ ଲାଗି ସଂଘ ଦ୍ୱାରା  ଉପରିସ୍ଥ ଅଧିକାରୀ ଓ ସରକାରଙ୍କ ନିକଟରେ  ଦୃଷ୍ଟି ଆକର୍ଷଣ କରିବାରେ ସୁଯୋଗ ପାଇଥାନ୍ତି  ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.