ଭୁବନେଶ୍ବର,୨୬।୧୧ : ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଏକାଡେମୀ ପୁରସ୍କାର ଉପାୟନ ଏବଂ କବି ଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ  କରାଯାଇଛି। ୩ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଛି। ନୃତ୍ୟ, କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ନାଟ୍ୟକଳା ଓ ଲୋକକଳା କ୍ଷେତ୍ରରେ ଜୀବନବ୍ୟାପି ସାଧନା  ଓ ସଂସ୍କୃତି କ୍ଷେତ୍ରରେ ଥିବା  ବିଶେଷ ଅବଦାନକୁ ଆଧାର କରି ଏହି ସମ୍ମାନ ପ୍ରଦାନ କରାଯାଇଛି। ୩ ବର୍ଷ ପାଇଁ ୬ ଜଣଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଦିଆଯାଇଛି।  ୧୩୪ କଳାକାର ପୁରସ୍କୃତ ହୋଇ

୨୦୨୩ ବର୍ଷ ପାଇଁ କବି ସମାଟ୍ର ଉପେନ୍ଦ୍ର ଭଞ୍ଜ ସମ୍ମାନ ଡ. ପ୍ରଣବ କିଶୋର ପଟ୍ଟନାୟକ, ବାଦଲ ଶିକଦାରଙ୍କୁ ପ୍ରଦାନ କରାଯାଇଛି। ସେହିପରି ୨୦୨୪ ବର୍ଷ ପାଇଁ  ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ( ବଂଶୀ) ଏବଂ ଓଡିଶି ନୃତରେ ସୁଧାକର ସାହୁଙ୍କୁ ପୁରସ୍କୃତ କରାଯାଇଛି। ୨୦୨୫ ବର୍ଷ ପାଇଁ ଓଡିଶୀ କଣ୍ଠ ସଙ୍ଗୀତରେ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟରେ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।  ପୁରସ୍କାର ରାଶି ବାବଦକୁ ୫ ଲକ୍ଷ ଟଙ୍କା ଦିଆଯାଇଛି। ପୁରସ୍କାର ରାଶି ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟଅତିଥି ଭାବେ  ଉଚ୍ଚଶିକ୍ଷା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଶୀ ସୁରଜ,  ସମ୍ମାନିତ ଅତିଥି ଭାବେ  ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର  ଯୋଗ ଦେଇ ​​​​​​​ ଏହି ପୁରସ୍କାର ପ୍ରଦାନ କରିଥିଲେ।

  • ​​​​​​​କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ
  • ୨୦୨୩ ବର୍ଷ ପାଇଁ ଡ. ପ୍ରଣବ କିଶୋର ପଟ୍ଟନାୟକ, ବାଦଲ ଶିକଦାର
  • ୨୦୨୪ ବର୍ଷ ପାଇଁ  ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ,ସୁଧାକର ସାହୁ
  • ୨୦୨୫ ବର୍ଷ ପାଇଁ ଘନଶ୍ୟାମ ପଣ୍ଡା , ଭାଗବତ ପ୍ରଧାନ
  • ପୁରସ୍କାର ରାଶି ବାବଦକୁ  ମିଳିଛି ୫ ଲକ୍ଷ ଟଙ୍କା

୨୦୨୩ ବର୍ଷ ପାଇଁ ଅଭିନୟରେ  ଡ.ସମିତାରାଣୀ ମହାନ୍ତି,  ପ୍ରେମାଞ୍ଜନ ପରିଡ଼ା, ଅନୁଜ କୁମାର ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି। ସେହିପରି ନାଟ୍ୟ ରଚନାରେ ନୀଳାଦ୍ରି ଭୂଷଣ ହରିଚନ୍ଦନ. ନିର୍ଦ୍ଦେଶନାରେ  ଲଲାଟେନ୍ଦୁ ରଥ, ସତ୍ୟ ନାରାୟଣ ଜେନାଙ୍କୁ ପୁରସ୍କୃତ କରାଯାଇଛି। ଭକ୍ତି ସଙ୍ଗୀତରେ  ଦୁଃଖିଶ୍ୟାମ ତ୍ରିପ।ଠୀ, ସୁଗମ ସଙ୍ଗୀତରେ ଆଦ୍ୟାଶା ଦାସ, ସଙ୍ଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦ, ଓମ୍‍ ପ୍ରକାଶ ମହାନ୍ତି, ଓଡ଼ିଶୀ କଣ୍ଠ ସଙ୍ଗୀତରେ ଅଲେଖ ଚନ୍ଦ୍ର ସାମଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ସୁନନ୍ଦା ପଟ୍ଟନାୟକ ସମ୍ମାନ (ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ)ରେ  ରଞ୍ଜିତ କୁମାର ମହାପାତ୍ର, କୁଳମଣି ବିଶ୍ୱାଳ (ମୃଦଙ୍ଗ), ତବଲାରେ ଶରତ କୁମାର ରଥ, ମର୍ଦ୍ଦଳରେ ପ୍ରଫୁଲ କୁମାର ମଙ୍ଗରାଜଙ୍କୁ ସମ୍ମାନିତ କରାଯାଇଛି।  ଯନ୍ତ୍ର ସଙ୍ଗୀତ ବିଭାଗର ସୁଶୁରୀରେ ଜବାହାର ମିଶ୍ର, ତାର ବାଦ୍ୟରେ ଅଜୟ କୁମାର ବାରିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।ସେହିପରି କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନରେ ରୂପକ କୁମାର ପରିଡ଼ା (ଓଡ଼ିଶୀ କଣ୍ଠ ସଂଗୀତ), ଡାକ୍ତର ଚନ୍ଦନ କୁମାର ଗନ୍ତାୟତ (କଣ୍ଠ ସଂଗୀତ), ପ୍ରଭାତ କୁମାର ସ୍ୱାଇଁ (ଓଡ଼ିଶୀ ନୃତ୍ୟ), ରାଜଶ୍ରୀ ପ୍ରହରାଜ (ଓଡ଼ିଶୀ ନୃତ୍ୟ) ପ୍ରଦାନ କରାଯାଇଛି।  ନାଟକରେ ଦେବବ୍ରତ ପଟ୍ଟନାୟକ ( ନାଟ୍ୟ ନିର୍ଦ୍ଦେଶନା), ମନୀଷା ରଥ (ଅଭିନୟ)ଙ୍କୁ ପୁରସ୍କୃତ କରାଯାଇଛି।

୨୦୨୪ ବର୍ଷ ପାଇଁ ଅଭିନୟରେ ସତ୍ୟ ରଂଜନ ବେହେରା, ଅଶ୍ରୁମୋଚନ ମହାନ୍ତି, ପ୍ରକାଶ ମହାରଣା,  ନାଟ୍ୟ ରଚନାରେ ଡ. ସମର ମୁଦାଲି, ପ୍ରଦୀପ ଭୌମିକଙ୍କୁ ସମ୍ମାନିତ କରାଯାଇଛି। ସେହିପରି ନିର୍ଦ୍ଦେଶନାରେ ମିହିର ମେହେର ପୁରସ୍କୃତ ହୋଇଛନ୍ତି। ଭକ୍ତି ସଙ୍ଗୀତରେ ଶୈଳଭାମା ମହାପାତ୍ର, ସୁଗମ ସଙ୍ଗୀତ ବିଷ୍ଣୁଚରଣ ନାୟକ (ସୌରଭ), ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ କୁମାର ମିଶ୍ର, ପ୍ରଫୁଲ କୁମାର ମିତ୍ର, ଓଡ଼ିଶୀ କଣ୍ଠ ସଙ୍ଗୀତ ମହାପାତ୍ର ମିନତି ଭଞ୍ଜଙ୍କୁ ସମ୍ମାନିତ କରାଯାଇଛି। କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନର ସଙ୍ଗୀତରେ  ହିମାଂଶୁ ଶେଖର ସ୍ୱାଇଁ (ଓଡ଼ିଶୀ କଣ୍ଠ ସଂଗୀତ), ନୃତ୍ୟରେ ଗୌରୀଶଙ୍କର ଦାଶ (ଓଡ଼ିଶୀ ନୃତ୍ୟ),  ଶିବଚରଣ ମହାନ୍ତ(ଛଉନୃତ୍ୟ)ରେ ପୁରସ୍କୃତ ହୋଇଛନ୍ତି। ନାଟକ କ୍ଷେତ୍ରରେ ପ୍ରଜ୍ଞାରଂଜନ ଖୁଟୁଆ (ଅଭିନୟ)ଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।

​​​​​​​

୨୦୨୫ବର୍ଷ ପାଇଁ ଅଭିନୟରେ  ଶତୃଘ୍ନ ମାଟି, ଲକ୍ଷ୍ମୀପ୍ରଭା ପତି,  ଦିଲ୍ଲୀପ କୁମାର ଦାଶ ନାଟ୍ୟ ରଚନାରେ ପଞ୍ଚାନନ ଦାଶ, ନିର୍ଦ୍ଦେଶନାରେ  ସୁଧାଂଶୁ ମୋହନ ଦ୍ୱିବେଦୀ ପୁରସ୍କାର ପ୍ରଦାନ କରାଯାଇଛି। କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ସଂଗୀତ କ୍ଷେତ୍ରରେ ବିଷ୍ଣୁମୋହନ କବି , ବାଦ୍ୟରେ ବୈଭବ ଦାଶ, ନୃତ୍ୟରେ ଗାୟତ୍ରୀ ପଣ୍ଡା (ଓଡ଼ିଶୀ ନୃତ୍ୟ),ସଚିନ ଧଡ଼ା (ଛଉନୃତ୍ୟ),ସୁଶାନ୍ତ ବେହେରା (ଛଉନୃତ୍ୟ)ରେ ସମ୍ମାନିତ କରାଯାଇଛି।