ପ୍ରମୂଖ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସମ୍ପାଦକ

Published By : Prameya | April 29, 2025 8:35 PM

ଭୁବନେଶ୍ୱର, ୨୯/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍‌ସ୍କାନ୍‌, ୟୁନାଇଟେଡ୍ କିଙ୍ଗଡମ୍‌ର ସହ-ପ୍ରତିଷ୍ଠାତା ଲୋହିତ କୁମାର ଦାସ । 

ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବାବେଳେ ଲଣ୍ଡନ୍ ବିଜନେସ୍ ସ୍କୁଲରୁ ଏମ୍‌ବିଏ ମଧ୍ୟ କରିଛନ୍ତି । ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ।  

ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସୋଆର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ କିଭଳି ଅଧିକ ମାତ୍ରାରେ ଏକତ୍ରିତ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କୁ ଅଧିକ ମାତ୍ରାରେ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଅଧିକ ଗୁରୁତ୍ୱ ଦିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.