ଭୁବନେଶ୍ବର, ୨୪/୭ :  ରାଜଧାନୀରେ ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ । ଆସନ୍ତାକାଲି ଲୋକ ସେବା ଭବନର କନଭେସନ ହଲରେ ହେବ ଓଡ଼ିଶା ଟେକ୍ସ ୨୦୨୫ ।  ବିଭିନ୍ନ ଇଣ୍ଡଷ୍ଟ୍ରି ଇନଭେଷ୍ଟର ସମସ୍ତେ ଯୋଗ ଦେବେ।  ଓଡ଼ିଶାର ଭିତ୍ତିଭୂମୀ ସମ୍ପର୍କରେ ଅଧିକ ସୁଯୋଗ ପାଇବେ ସେ ନେଇ ଆଲୋଚନା ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ୬ ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ଘୋଷଣା କରିବେ। 

୬୦୦ରୁ ଅଧିକ ଇଣ୍ଡଷ୍ଟ୍ରିଲିଆଷ୍ଟି ରେଜିଷ୍ଟର କରି ସାରିଛନ୍ତି । କ’ଣ କ’ଣ ଇନଭେଷ୍ଟ କରିବେ ଆସନ୍ତାକାଲି ଚୁକ୍ତିନାମା ସ୍ୱାକ୍ଷର ହେବ।   ଓଡ଼ିଶାରେ ଏକ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମହିଳାମାନଙ୍କୁ ଅଧିକ ସୁଯୋଗ ସୃଷ୍ଟି ହେବ । ସ୍କିଲ ରଖିଥିବା ଲୋକଙ୍କୁ ନିଯୁକ୍ତି ଦିଆଯିବ।  ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଟେକ୍ସଟାଇଲ ଶିଳ୍ପର ବିକାଶ ହେଲେ ଲୋକଙ୍କ ସୁବିଧା ହେବ। ଓଡ଼ିଆ ଯୁବକ ଯୁବତୀମାନେ ନିଯୁକ୍ତି ପାଇବେ । ତେଣୁ ଆମ ସରକାର ଯତ୍ନବାନ ରହିଛନ୍ତି । ଓଡ଼ିଶାରେ କିଭଳି ନିଯୁକ୍ତି ପାଇବେ ସେ ନେଇ ଏହି ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଏହା ଉଦ୍ଦେଶ୍ୟ ରହିଛି ।