ଭୁବନେଶ୍ବର,୧୪/୪ : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା । ତାତିରୁ ନିସ୍ତାର ନାହିଁ। ଉପକୂଳବର୍ତ୍ତି ଅଞ୍ଚଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଗରମ ଓ ଅସହନୀୟ ଗୁଳଗୁଳି ଅନୁଭଵ ହେବ । ଆସନ୍ତା୧୬ରୁ ୨୦ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡାର କିଛି ସ୍ଥାନରେ ଗ୍ରୀଷ୍ନ ପ୍ରବାହ ଅନୁଭବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ୧୭ତାରିଖରେ ଏହି ୪ଟି ଜିଲ୍ଲା ସହ ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ପାଇଁ ହିଟ ୱେଭ୍ ଚେତାବନୀ ରହିଛି । ଉପକୂଳ ଓଡ଼ିଶାରେ ଗରମ ସହ ଅସହନୀୟ ଗୁଳୁଗୁଳି ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୩ଦିନ ମଧ୍ୟରେ ୨ରୁ ୪ଡିଗ୍ରୀ ଆହୁରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।