ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଅନ୍ତଃ ରାଜ୍ୟ ବିବାଦର ହେବ ସମାଧାନ, ମନ୍ତ୍ରୀସ୍ତରୀୟ କମିଟି ଗଢ଼ିବେ ସରକାର

Published By : Prameya | November 14, 2024 8:35 AM

ଭୁବନେଶ୍ୱର,୧୪/୧୧: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ  ପ୍ରସଙ୍ଗରେ ବିବାଦ ଲାଗି ରହିଛି । ଏହି ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ  ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ହୋଇଛି । 

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଅନ୍ତଃରାଜ୍ୟ ବିବାଦ  ଯଥା-ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା  ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଆଇନ, ପୂର୍ତ୍ତ ଓ ଅବକାରୀ  ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭାକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ,  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ,  ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.