ଭୁବନେଶ୍ୱର ୦୬/୦୨: ସହରରେ ଆଉ ରହିବନି ଘର ଭଡ଼ା ଟେନସନ । ଏଣିକି ସହରୀ ଗରିବଙ୍କୁ ସରକାର ଦେବେ ଘର ଭଡ଼ା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ।
ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର ।ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ।
ଆହୁରି ପଢ଼ନ୍ତୁ:- କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ବୋମା ଧମକ, ଇ-ମେଲ୍ ଆସିବା ପରେ ପୁଲିସର ଛାନ୍ଭିନ୍
ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳା ମାନଙ୍କୁ ସରକାର ଭଡ଼ାରେ ଘର ଦେବେ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ର ଅପରେସନଆଲ ଗାଇଡ ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ ।
ଆହୁରି ପଢ଼ନ୍ତୁ :- ଗାଁର ଜନସଂଖ୍ୟା ୧୬୦୦, ପଞ୍ଜିକୃତ ହୋଇଛି ୧୫ ହଜାରରୁ ଅଧିକ ଜନ୍ମ-ମୃତ୍ୟୁ