• ୧୪ ସୁଦ୍ଧା ବିଜେପି​​​​​​​
  • ଦେଇଛି ୧୬,୬୦୪
  • ବିଜେଡି ୭,୯୩୪
  • କଂଗ୍ରେସ ୩,୧୮୫

ଭୁବନେଶ୍ୱର, ୧୮/୦୫: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ବିଭିନ୍ନ ପ୍ରକ୍ରିୟା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ । ଜୁନ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ(ବିଏଲଓ)ମାନେ ଘରକୁ ଘର ପରିଦର୍ଶନ କରିବେ । ହେଲେ ଏ ପର୍ଯ୍ୟନ୍ତ ରାଜନୈତିକ ଦଳ ବୁଥ୍‌ସ୍ତରୀୟ ଏଜେଣ୍ଟ ଦେଇପାରୁନାହାନ୍ତି । ନା ଶାସକ ନା ବିରୋଧୀ ଦଳ କେହି ବି ସବୁ ବୁଥ୍‌ ପାଇଁ ଏ ପର୍ଯ୍ୟନ୍ତ ଏଜେଣ୍ଟ ତାଲିକା ଦେଇନାହାନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୧୪ ତାରିଖ ସୁଦ୍ଧା ରାଜ୍ୟରେ ବିଜେପି ପକ୍ଷରୁ ୧୬, ୬୦୪ଟି ବୁଥରେ ଏଜେଣ୍ଟଙ୍କ ନାମ, ତାଲିକା ଓ ବିସ୍ତୃତ ସୂଚୀ ଦିଆଯାଇଛି । ସେହିପରି ବିଜେଡି ପକ୍ଷରୁ ୧୪ ତାରିଖ ସୁଦ୍ଧା ୭, ୯୩୪ ବୁଥରେ ଏଜେଣ୍ଟ ତାଲିକା ଦିଆଯାଇଥିବାବେଳେ କଂଗ୍ରେସ ପକ୍ଷରୁ ମାତ୍ର ୩, ୧୮୫ ବୁଥର ଏଜେଣ୍ଟ ତାଲିକା ଦିଆଯାଇଛି । ହେଲେ ସିପିଏମ୍‌, ଆପ୍‌, ବିଏସ୍‌ପି, ଏନ୍‌ପିପି ଏ ପର୍ଯ୍ୟନ୍ତ ବୁଥସ୍ତରୀୟ ଏଜେଣ୍ଟ ତାଲିକା ଦେଇନାହାନ୍ତି । ଏ ସମ୍ପର୍କରେ ବିଜେଡିର ମିଡିଆ ସଂଯୋଜକ ତଥା ବରିଷ୍ଠ ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ଶଙ୍ଖ ଭବନରେ ପ୍ରତିଦିନ ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ତାଲିମ ଦିଆଯାଉଛି । ଜିଲ୍ଲାସ୍ତରରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ତାଲିକା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିଆଯାଉଛି । କଂଗ୍ରେସ ଏସ୍‌ଆଇଆର ଷ୍ଟିଅରିଂ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଆମେ ବୁଥସ୍ତରୀୟ ଏଜେଣ୍ଟ ତାଲିକା ପ୍ରସ୍ତୁତ କରି ସାରିଛୁ । ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ବୁଥର ତାଲିକା ଦେଇଦେବୁ ।

ଅଧିକ ପଢ଼ନ୍ତୁ- Congress election strategy : SIRରେ କଟିଯିବ କି କଂଗ୍ରେସର ଭୋଟ୍ ? ପ୍ରତି ବୁଥ୍‌ରେ ଜଗିବେ ଏଜେଣ୍ଟ​​​​​​​