ହାଟଡିହି,୩୦/୧୨: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ। ଚଢ଼ାଉରେ ସାମିଲ ହୋଇଛନ୍ତି ୪ ଡିଏସପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ।
ହାଟଡିହିରେ ଆବାସିକ ତିନି ମହଲା କୋଠା,ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ଭାବରେ ନିର୍ମିତ ଦୁଇ ମହଲା କମ୍ପ୍ଲେକ୍ସ,ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସର ଗୋଦାମ,ବିଦ୍ୟାଧରପୁରର ଇଲେକ୍ଟ୍ରୋନିକ୍ସ ଦୋକାନ "ସରସ୍ୱତୀ ସେଲ୍ସ",ହାଟଡିହିର ପଧିଆରପାଲି ଗ୍ରାମରେ ପୈତୃକ ଘର,ବାଞ୍ଚୋ ଜିପି ସ୍ଥିତ କାର୍ଯ୍ୟାଳୟରେ ରେଡ ଚାଲିଛି।