ଭୁବନେଶ୍ୱର, ୧୦/୦୯: ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ପେନସନ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ନେଉଥିଲେ ଲାଞ୍ଚ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧରାପଡ଼ିଲେ କେନ୍ଦୁଝରର ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଅସିଷ୍ଟାଣ୍ଟ ରୂପଚାନ୍ଦ ନାୟକ । ଏହି ଚଢାଉ ପରେ ତାଙ୍କ ୨ ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲାର ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ରୂପଚାନ୍ଦ ନାୟକ ଉକ୍ତ ସ୍କୁଲର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ୨୦୨୪ ରେ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କର ପେନସନ କାଗଜପତ୍ର ଏବଂ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ୩୦ ହଜାର ଟଙ୍କା ମାଗିଥିଲେ । ଯାହା ପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ଲାଞ୍ଚ ଟଙ୍କା ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଓଡ଼ିଶା ଭିଜିଲାନ୍ସର ଏକ ଦଳ ଚଢାଉ କରି ରୂପଚାନ୍ଦ ନାୟକଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି । ଏହି ରେଡ୍ ପରେ ତାଙ୍କ ୨ଟି ସ୍ଥାନରେ ଚଢାଉ କରାଯାଉଛି ।